Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umashankar Satpathy

Abstract

4  

Umashankar Satpathy

Abstract

ନନାଙ୍କ ଚରଣେ

ନନାଙ୍କ ଚରଣେ

1 min
234



ମିଛି ମିଛିକା 

ବୋଉର ସଂସାର କହିଦେଇ

ଖରାବର୍ଷାରେ ଆମ ଖୁସିପାଇଁ

ତିଆରୁ ଥିଲ ଛାତ !

ଆମେ ସବୁ ଶୋଇଗଲା ପରେ

ଲୁଚି ଲୁଚି 

ଆମ କପାଳରେ ସ୍ନେହରେ

ବୁଲାଇ ଦେଉଥିଲ ତୁମର ସେ

ଅଭୟଭରା ହାତ ।

ମୋ ଗାଡ଼ି ପାଇଁ

ପେଟ୍ରୋଲ ପଇସା ସଞ୍ଚିରଖି 

ସାଇକେଲର ଘୁରିବୁଲି

ଘରର ସମସ୍ତ ଜଞ୍ଜାଳକୁ

ଯୁଝୁଥିଲ ନା ତୁମେ !

ଅଗଣାରେ ଶୋଇ

ଖବରକାଗଜ ପଢ଼ିବା ବାହାନାରେ

ନିଜ କଷ୍ଟ ଓ ଦୁଃଖକୁ

ଲୁଚାଇ ରଖିବା କଳାରେ

କେତେ ଥିଲ ନିପୂଣ

ସେଥିପାଇଁ ହୁଏ ତ 

ତୁମ ଶବ୍ଦକୋଷରେ ନା ଥିଲା

ବିଶ୍ରାମ ଭଳି ଶବ୍ଦର ସ୍ଥାନ ।

ପୁତ୍ର ଭାବେ ଏହି ଦୁନିଆରେ 

ମୁଁ ପାଇଛି ପରିଚୟ

ତୁମରି ଆଶିଷ ବଳେ

ପ୍ରତିକ୍ଷେତ୍ରେ ଲଭିଛି ବିଜୟ

ତୁମେ ଅନ୍ନଦାତା 

ତୁମେ ଗୁରୁପିତା

ବିପଦେ ଆପଦେ ରହିଅଛ ସଦା

ହୋଇ ଆମ ରକ୍ଷାକର୍ତ୍ତା ।

ଜୀବନ ସଂଗ୍ରାମେ 

ପିତା ନାମେ ତୁମେ 

ଅବତୀର୍ଣ୍ଣ ଧରାପୃଷ୍ଠେ

ତୁମର ସେ ଉଦାରତା

ମହନୀୟ ରୂପ

ଚାଲିବାକୁ ଦିଏ

ଅସୀମ ଧୈର୍ଯ୍ୟ ଓ ଶକ୍ତି

ଚରଣେ ତୁମର କରୁଛି ପ୍ରଣାମ

ଘେନି ହୃଦୟରେ ଭକ୍ତି ।


Rate this content
Log in

Similar oriya poem from Abstract