STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନମସ୍ତେ ମାତା ସିନ୍ଧୁବାଳା   

ନମସ୍ତେ ମାତା ସିନ୍ଧୁବାଳା   

2 mins
330

     ନମସ୍ତେ ମାତା ସିନ୍ଧୁବାଳା     
      =============
ନମସ୍ତେ ମାତା ସିନ୍ଧୁ ବାଳା l
       ବ୍ରହ୍ମାଣ୍ଡେ ବିସ୍ତାରିଛୁ ଲୀଳା ll
ସଂସାରେ ଅନ୍ନଦାତ୍ରୀ ତୁହି l
        ମା' ଅନ୍ନପୂର୍ଣ୍ଣା ଦୟାମୟୀ ll
 ଶୁଣିଛି ମାତା ପୁରାଣରେ l
      ଦୁର୍ବାସା ଋଷି ଦିନେ ଥରେ ll
 ଇନ୍ଦ୍ରଙ୍କୁ ଦେଲେ ଅଭିଶାପ l
  ଲକ୍ଷ୍ମୀ ସ୍ୱର୍ଗରୁ ହେବେ ଗୋପ୍ୟ ll
ବ୍ରାହ୍ମଣ ଶାପ ମହାଘୋର l
        ବୈକୁଣ୍ଠୁ ହୋଇଲୁ ଅନ୍ତର ll
ଦେବଙ୍କୁ ପ୍ରମାଦ ପଡ଼ିଲା l
       ଜଗତ ଲକ୍ଷ୍ମୀଛଡ଼ା ହେଲା ll
ଅନ୍ନ ବିହୁନେ ହାହାକାର l
        ତ୍ରିପୁରେ ଶୁଭିଲା ଚିତ୍କାର ll
ଲକ୍ଷ୍ମୀଙ୍କୁ ଲଭିବାର ଆଶେ l
      ଦେବତା ବିଚାରନ୍ତି ଶେଷେ ll
 ଲକ୍ଷ୍ମୀ ଅଛନ୍ତି ମହାଜଳେ l
        ମନ୍ଥିବା ସମୁଦ୍ରକୁ ହେଳେ ll
ଏମନ୍ତେ ସମୁଦ୍ର ମନ୍ଥନ l
        ତହିଁରୁ ମାତା ହେଲୁ ଜନ୍ମ ll
ତୋ ସଙ୍ଗେ ହସ୍ତୀ ଐରାବତ l
        କୌସ୍ତୁଭ ମଣି ପାରିଜାତ ll
ସର୍ବ ଐଶ୍ୱର୍ଯ୍ୟ ଦେବେ ପ୍ରାପ୍ତ l
      ବିଷ ଭକ୍ଷିଲେ ଭୋଳାନାଥ ll
ବିଷ୍ଣୁଙ୍କୁ ବରି ତୁହି ରମା l
       ବୋଲାଉ ବିଷ୍ଣୁଙ୍କର ବାମା ll
ଅଦ୍ଭୁତ ଚରିତ ଏ ତୋର l
         ପିତା ତୋହର ରତ୍ନାକର ll
ଶ୍ରୀକ୍ଷେତ୍ରେ ଅଛୁ ବାସକରି l
           ମାଆ ତୁ ଜଗତର ଶିରି ll
ତୋହର ମାତ ଦୟା ହେଲେ l
     ସର୍ବ ଐଶ୍ୱର୍ଯ୍ୟ ମିଳେ ହେଳେ ll
ନମସ୍ତେ ମାତା ପଦ୍ମାଳୟା l
         ପ୍ରାଣୀଙ୍କୁ ରାଖିଥିବୁ ଦୟା ll
ଭ୍ରାତା ତୋ ଆକାଶେ ଚନ୍ଦ୍ରମା l
        ନମସ୍ତେ ବିଷ୍ଣୁ ମନୋରମା ll
             🙏🙏🙏
                ଅର୍ଜୁନୀ
              ---------------
ଅର୍ଜୁନୀ ଚରଣ ବେହେରା
 ମୋ -7693091971


Rate this content
Log in

Similar oriya poem from Inspirational