STORYMIRROR

MADHU MITA

Classics Inspirational

3  

MADHU MITA

Classics Inspirational

ନଜର

ନଜର

1 min
207

କି ଯାଦୁ ଭରିଛୁ

କିମିଆ କରିଛୁ

କହିଲୁ କାଳିଆ

କେମିତି କରିଛୁ!!


କହିଦେଏ ଥରେ

କି ଗୁଣି କରିଛୁ

ନଜରେ ନଜରେ

କି ମନ୍ତ୍ର ପଢ଼ିଛୁ!!


ତୋ ନଜରର

ଅଦେଖା ଡୋରୀରେ

ମୋ ନଜରକୁ

ବାନ୍ଧି ତୁ ରଖିଛୁ!!


ଯେ ନଜର ଥରେ

ଲାଗିଗଲା ପରେ

ନିଜ ନଜରକୁ

ନଜର ମିଳାଇ!!


ଥରୁଟିଏ ହେଲେ

ନିଜର କରି ମୁଁ

ଯେତେ ଚାହିଁଲେ ବି

ଚାହିଁ ନ ପାରଇ!!


ନିଜ ନଜରରେ

ସତରେ କାଳିଆ

ନିଜଠାରେ ମୁଁ ଯେ

ନଜର ନ ଦେଇ!!


କହିଦେ କିପରି

ନିଜଠାରୁ ହଜି

ନିଜକୁ ଭୂଲେଇ

ପର ମୁଁ ଭାବଇ!!


ହଁ ରେ କାଳିଆ

ତୋ ନଜରରେ

ଥରୁଟେ ନିଜକୁ

ନଜର ପୁରେଇ…!!


ଦେଖିଦେଲା ପରେ

ନିଜଠାରୁ ନିଜେ

ନଜର ଚୋରେଇ

ଗଲିଣି ଦୂରେଇ!!


କହିଲୁ ଥରୁଟେ

ଏ କି ସେ ନଜର

ଯେଉଁ ନଜରକୁ

ନିଜର କରି କି!!


ନିଜକୁ ନିଜେ ହିଁ

ହଜେଇ ଦେଇକି

ରାଧାରାଣୀ କାନ୍ଦେ

ନଜର ଲୁଚାଇ!!


ଏଇ ସେ ନଜର

ଯେଉଁ ନଜରର

ନିଜର ହେବାକୁ

ନିଜକୁ ଭୁଲେଇ!!


ନଜର ନ ରଖି

ନିଜଠାରେ ଆଉ

ଭକ୍ରମନ ଧାଏଁ

ନଜର ଲଗେଇ!!


ଏଇ ନଜରର

ନିଜର ହେବାକୁ

ନିଜକୁ ହିଁ ଥରେ

ଭୁଲିବାକୁ ହୁଏ!!


ଏଇ ନଜରରେ

ଦେଖିବାକୁ ହେଲେ

ନଜର ଲଗେଇ

ନାଚିବାକୁ ହୁଏ!!


ଏଇ ନଜରର

ଯାଦୁ ଭରିଦେଇ

ନିଜର କରିକି

ମୋ ନଜରକୁ!!


କହରେ ନାଗର

ମୋ ନଜରରେ

ସତେକି ଥରୁଟେ

ନଜରବନ୍ଦ ହେବୁ!!



साहित्याला गुण द्या
लॉग इन

Similar oriya poem from Classics