STORYMIRROR

Sunanda Mohanty

Classics

2  

Sunanda Mohanty

Classics

ନଜର ଲାଗିଲା କାହାର

ନଜର ଲାଗିଲା କାହାର

1 min
100

ଭୋଦୁଅ ସକାଳ 

ଆସିବା ଆଗରୁ 

କାହା ସର୍ବଗ୍ରାସୀ ଆଖି 

କେଜାଣି କାହିଁକି 

ପ୍ରଜାପତି ଠାରେ 

ଆଖି ବି ରହୁନି ଲାଖି 

ଆକାଶ ଦିଶୁଛି 

ଅନ୍ୟ କେଉଁ ରଙ୍ଗ 

ତାରା ବି ମାରୁଛି ଆଖି 

ନଈରେ ନାଉରୀ 

ଯାଉଛି ପହଁରି 

ଭାବରେ ଅଭାବ ନିରିମାଖି 

ଫୁଲ ରାଇଜରେ 

ଗୋଲାପ କାନ୍ଦୁଛି 

ଠାରି କହେ ସୂର୍ଯ୍ୟମୁଖୀ 

ଯେତେ ଯାହା ହେଉ 

ରବି କିରଣ ପାଇ 

ଧରଣୀ ହୋଇବ ସୁଖୀ 

ସୂର୍ଯ୍ୟଙ୍କର ଗତି 

ଆଣିଦେଉ ମୁକ୍ତି 

ସାତରଙ୍ଗରେ ହସୁଥା ମୋ ସଖୀ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics