ନିୟତିର ଖେଳ
ନିୟତିର ଖେଳ
ବରଫ ଲାଗଇ ଥଣ୍ଡା
କାଟଇ ଧାରୁଆ ଖଣ୍ଡା ।
ପବନ ଜୀବନ ପାଇଁ
ଆଲୋକ ସୂରୁଜ ଥାଇ ।
ମୃତ୍ତିକା ନିମିତ୍ତ ବୃକ୍ଷ
ଆହାର ଆମର ମୁଖ୍ୟ।
ଜଙ୍ଗଲ ମଙ୍ଗଳ କରେ
ଜନନୀ ସନ୍ତାନ ବରେ।
ଝରଣା ଆସଇ ଝରୀ
ସରିତା ସାଗର ବରୀ।
ଆକାଶ ରାଇଜେ ତାରା
ପୃଥିବୀ ସହିଛି ଭାରା।
ନଡ଼ିଆ ଭିତରେ ରସ
ବଦନ ସୁନ୍ଦର ହସ।
ପୂର୍ଣ୍ଣିମା ରାତିରେ ଜହ୍ନ
ଶୀତଳ ଲାଗଇ ମନ ।
ବରଷା ପଡିଲେ ଝରୀ
ବସୁଧା ନିଅଇ ବରୀ।
ଜଙ୍ଗଲ ସମ୍ପଦ ମାନ
ପ୍ରକୃତି ଅମୂଲ୍ୟ ଦାନ।
କୃଷକ କରଇ ଚାଷ
ଫସଲ ବରଷ ମାସ।
ପରବ ଧରମ ଧାରା
ଚଳଣୀ ଜଗତ ସାରା।
ଗରମ ଦିନରେ ଜଳ
ସୁଗମ ବିଜ୍ଞାନ ବଳ।
ଜଟିଳ ସ୍ଵଭାଵ ଧରି
ବିପଦ ମାନଙ୍କୁ ବରୀ ।
ସରଳ ସୁବୋଧ ମନ
ମହତ ସ୍ଵଭାଵ ଧନ।
ସବୁରି ମଙ୍ଗଳ ପାଇଁ
ସନ୍ଧାନ ପଥରେ ଧାଇଁ।
ହୃଦୟ ସଜାଡି ଦେବା
ଈଶ୍ୱର ସରାଗ ସେବା ।