ନିୟତିର ଖେଳ
ନିୟତିର ଖେଳ
ଏକାଦଶୀ ଦିବସର
ପୁଣ୍ୟ ଶ୍ଳୋକ ରାଜାଧିପତି
ମହାରାଜ ଅମ୍ବରୀଶ
ପଞ୍ଚ ଜ୍ଞାନେନ୍ଦ୍ରୀୟ,
ପଞ୍ଚ କର୍ମେନ୍ଦ୍ରୀୟ ଯୁକ୍ତ ମନ
ନିବିଷ୍ଟ ଚିତ୍ତେ ଭାଗବତ ଭକ୍ତ
ଦେଖିଥିଲେ ତାଙ୍କ ଜୀବନର
ସ୍ପଷ୍ଟ ଅଶାନ୍ତ ଝଡ଼
ଯା ମଧ୍ୟରେ ଲୁଚିଗଲା
ବାଳ ତପନ ର ଅରୁଣ ରଶ୍ମି
ଦୁର୍ବାସା ଙ୍କର ଦୁର୍ବାର ତା
ବୁଜି ଦେଲା ଚକ୍ଷୁ ଦ୍ବୟ,
ନିଷ୍ପାପ ପ୍ରାଣର ଉଶ୍ୱାସ କୁ
ଜାଣିନେଲେ ସ୍ୱୟଂ ପ୍ରଭୁ ଜଗନ୍ନାଥ
ଭକ୍ତ ର ବିହ୍ଵଳ କୁ ସହ୍ୟ ନ କରି
ଓଲଟିଗଲା ସୁଦର୍ଶନ ଚକ୍ର
ଚତୁର୍ଦଶ ଭୁବନ ଦଉଡି ଲେ
ମୁନିବର
ରାକ୍ଷକର ରାକ୍ଷକର ଚିତ୍କାର ରେ
କମ୍ପିଲା ତ୍ରିତଳ
ରକ୍ଷକ ସାଜିଲେନି ବ୍ରହ୍ମା, ମହେଶ୍ୱର
ଶରୀର ରକ୍ଷାର୍ଥେ ପହଂଚି ଲେ
ଗୋଲକ ପୁର
ଗୋଲକ ଧନ୍ଦା ରେ ବ୍ୟାକୁଳିତ ହେଲା ଅନ୍ତର
ଅନ୍ତର୍ଯ୍ୟାମୀ ନାଥ ସୁ ନୟନେ
ଦେଲେ ଉପଦେଶ
"ମୋ ଠାରୁ ମୋ ଭକ୍ତ ଅଟେ ବଡ଼
ତାଙ୍କ ଗୋଡ଼ ତଳେ ତମେ ପଡ଼ "
"ଦ୍ୱାଦଶୀ ପରଣା ରେ କିଛି ନାହିଁ ଭୁଲ
ଋଶି ହେ ତୁମେ ବୁଝ ଜୀବନ ମୁଲ"
ଘମଂଡତାର ଦାସ ତୁମେ
ପାରିବିନି ଅଟକାଇ
ରାଗିଅଛି ସୁଦର୍ଶନ
ଯାଅ ବେଗେ ଧରିନିଅ ଭକ୍ତ ର ଚରଣ
ରକ୍ଷା ଦେବେ ଅମ୍ବରୀଶ,
ସେ ନର ନୁହେଁ ନାରାୟଣ
ନିରାଟ ସତ୍ୟ ବାକ୍ୟ
ବାସୁଦେବ ଙ୍କର
ନିଷ୍ଠା, ପରାକାଷ୍ଠା ରେ
କ୍ଷମା ଦେଲେ, ଦୁର୍ବାର ବ୍ୟବହାର କୁ ଦୁର୍ବସାଙ୍କର
ଭଜି ଥିଲେ ହରି ଭବ ସାଗର ରୁ
କର ହେ ପାରି
ଦୁର୍ବାସା ନୁହେଁ ସେ ଆଜିର ବିଶ୍ଵମ୍ବର କୁ ସଦ୍ ବୁଦ୍ଧି ଦିଅ
ଘମଂଡ ସର୍ବଦା ଯାଉ ତାହାରି
ଶେଷରେ ନିୟତିର ଖେଳ ଦିଅ ବନ୍ଦ କରି ।