STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଚିରନ୍ତନ ସତ୍ୟ

ଚିରନ୍ତନ ସତ୍ୟ

1 min
151


କଷି କଷି ଅଙ୍କ ଏଠି 

 ଛାଡ଼ି ଯାଏ ପ୍ରାଣ

ହାତ ବିଣ୍ଡି ହୁଏ କରି

  ହରଣ ଗୁଣନ।


କିଏ ଦେଖିଚି ସେ ଫଳ

  କିଏ ପରିକ୍ଷକ 

ପ୍ରମାଣ ବିହୀନ ସବୁ 

  ମିଛ ଏ ଗଣିତ।


ଅଛିଣ୍ଡା ଅଙ୍କ ରେ ହୁଏ

  ବୟସ ମଧ୍ୟାହ୍ନ

କେବେ ହେବ ଭାଗଶେଷ 

 ରହି ଯିବ ଶୁନ ।


ଏତେ ବଡ଼ ରାଜ ରାସ୍ତା 

 କାହାର ସେ ଧନ

ଭଙ୍ଗା କୁଡିଆ ଟି କଣ

  ଗରିବ ର ମାନ।


ନାଭି ଯାଏଁ ଲମ୍ବାଇଛୁ 

 ମୋଟା ସୁନା ଚେନ

ବୃଦ୍ଧା ଙ୍ଗୁଳି ଚଉଡ଼ା ରେ

  ବାହୁ ରେ କଙ୍କଣ।


କରୁଚୁ ଯେ ମିଶାଣ ତୁ

  ବଢ଼ାଉଛୁ ଧନ

ସବୁ ଏଠି ମୂଲ୍ୟ ହୀନ

 ହୋଇବ ଫେଡ଼ାଣ ।


ସବୁ ଏଠି ନିଶ୍ୱ ପରା

  ନିଶ୍ବ ତୁହି ବନ୍ଧୁ

ଶୂନ୍ୟ ହାତେ ଆସିଚୁ ତୁ

  ଶୁନ ରେ ଉଡ଼ିବୁ।


ଅଢେଇ ଦିନିଆ ଅଙ୍କ 

  ସବୁ ଏଠି ମିଛ

ଶେଷ ରେ ଆସିବ 

ଏକ ଚିରନ୍ତନ ସତ୍ୟ।


ଆସିବ ସେ ଦିନ 

  ହବ ଭାଗଶେଷ ଶୁନ

ଚିରନ୍ତନ ସତ୍ୟ ତାହା

  କେବଳ ଉଡାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational