STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ନିୟତି

ନିୟତି

1 min
3.0K

ଆଜି କାଇଁ ମତେ ଖୁସି ଲାଗେ ଏତେ      "ନିୟତି "

ଜାଣେନା ମୁଁ କାରଣ ତାର. 

ଉଡ଼ା ଚଢେଇର ଠିକଣା ପାଇଛି 

ବାଟ ଭୁଲି ଫେରିଛି ଘର 

ପଣତ ଘୋଡେଇ ରଖିଲେ ମୁଁ ତାକୁ 

ଲାଗିବନି କାହା ନଜର 

ଅଢେଇ ଦିନର ଅଧୁରା ନଅର 

ପାରୁନି ସମ୍ଭାଳି ବୟସର ଭାର 

ଅଢେଇ ଅକ୍ଷର ଆୟୁଧ ମୋହର 

ତୁଚ୍ଛ ଏ ସମୟ ନିୟତି ଖେଳଘର 

ଚଢେଇ ରେ ତତେ ଝୁରେ ରାତି ଦିନ 

ଆ ତୁ ଫେରିଆ ମନଝୁରେ ମୋର 

ସୁନା ପଞ୍ଜୁରୀରେ ରୁପା ମୁକୁଟରେ 

ପଚାରିବୁ ନାହିଁ ଠିକଣା ଆଉ କାହାର 

ଏଇ ଜନମରେ ତୋ ସାଥେ ପକ୍ଷୀରେ 

ଜୀବନ ଟା ସତେ ଦରଦୀ ମୋର 

କଥା ଦେଇଥିଲି ବଡ଼ଦେଉଳରେ 

ଜୀବନରେ ଥରେ ଭେଟିବି ତତେରେ 

ଭାଗ୍ୟରେ ଲେଖିଥିବେ ଯଦି ଠାକୁର 

ତୋ ଦୁଇ ଆଖିରେ ଦୁନିଆଁ କୁ ଥରେ 

ଦେଖିବି ଶପଥ ମୋର 

କୋଉ ନିଆଁ ଆଉ ଦେଖିବାକୁ ବାକି 

ମୁଁ ଯେବେ ଜଳୁଥିବି ଯୁଇରେ ମୋର 

ଦୂରେ ଅବା ପାଖେ ଲୁହଟିକେ ଦେବୁ 

ପାଇଯିବି ଜୀବନରେ ସବୁ ବାକି ଉଧାର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract