ନିତ୍ୟ ନୂତନ ଗୀତି-କବିତା: ପ୍ରକୃତ ଗୁରୁ କିଏ ? -ଡକ୍ଟର କୃତ୍ତିବାସ ନାୟକ
ନିତ୍ୟ ନୂତନ ଗୀତି-କବିତା: ପ୍ରକୃତ ଗୁରୁ କିଏ ? -ଡକ୍ଟର କୃତ୍ତିବାସ ନାୟକ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଅସଲ ଗୁରୁଙ୍କୁ ଚିହ୍ନିଛି ପାଇଛି ଗୁରୁ ଈଷ୍ଟ ତିନିଜଣ,
ତାଙ୍କରି ଚରଣେ ଶରଣ ନେଉଛି ଢାଳିଦେଇ ମନ-ପ୍ରାଣ ।
ପ୍ରଥମ ଗୁରୁ ମୋ ବ୍ରହ୍ମା ସୃଷ୍ଟିକର୍ତ୍ତା ନିର୍ମଳ ସରଳ ଶାନ୍ତ,
ସୃଷ୍ଟିର ମଙ୍ଗଳ ସୃଷ୍ଟିରକ୍ଷା ପାଇଁ ସର୍ବଦା ଥାଆନ୍ତି ବ୍ୟସ୍ତ ।
ପାଇବାର ଆଶା ନଥାଏ ତାଙ୍କର ଗଢିବାରେ ଥାଏ ମନ ।
ଅସଲ ଗୁରୁଙ୍କୁ ଚିହ୍ନିଛି ପାଇଛି ଗୁରୁ ଈଷ୍ଟ ତିନିଜଣ ।(1)
ଦ୍ଵିତୀୟ ଗୁରୁ ମୋ ଶ୍ରୀକୃଷ୍ଣ ଶ୍ରୀହରି ସବୁଠାରେ ବିରାଜିତ,
ବଂଶୀସ୍ଵନେ ସାରା ସଂସାର ପ୍ରାଣକୁ କରନ୍ତି ସେ ବିମୋହିତ ।
ସେହି ହାତେ ପୁଣି ଧରି ସୁଦର୍ଶନ କରନ୍ତି ଗର୍ବ
ଛେଦନ ।
ଅସଲ ଗୁରୁଙ୍କୁ ଚିହ୍ନିଛି ପାଇଛି ଗୁରୁ ଈଷ୍ଟ ତିନିଜଣ । (2)
ତୃତୀୟ ଗୁରୁ ମୋ ଭୋଳାନାଥ ଶିବ ଯୋଗେଶ୍ଵର ମହାଦେବ,
ଅଳପେ ସନ୍ତୋଷ ନାମ ଆଶୁତୋଷ ଭୂଷଣ ତାଙ୍କର ତ୍ୟାଗ ।
କାମନା ବାସନା ରହିତ ସେ ରୁଦ୍ର ପାପ କରନ୍ତି ଦହନ ।
ଅସଲ ଗୁରୁଙ୍କୁ ଚିହ୍ନିଛି ପାଇଛି ଗୁରୁ ଈଷ୍ଟ ତିନିଜଣ । (3)
ଶିକ୍ଷକ ସମାଜ କର୍ତ୍ତବ୍ୟ କରନ୍ତି ପାଳନ୍ତି ମୋ ପିତାମାତା,
ଶାସ୍ତ୍ରଜ୍ଞନ ପ୍ରବଚନ ଦେଉଛନ୍ତି ଆଉ କିଛି ଦୀକ୍ଷାଦାତା ।
ସେମାନଙ୍କୁ ଗୁରୁ କହିଲେ ନିଶ୍ଚୟ ହେବ ଈଷ୍ଟ ଅପମାନ ।
ଅସଲ ଗୁରୁଙ୍କୁ ଚିହ୍ନିଛି ପାଇଛି ଗୁରୁ ଈଷ୍ଟ ତିନିଜଣ ।(4)