Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prashantam Bapu

Inspirational

3  

Prashantam Bapu

Inspirational

ନିଷ୍ପ୍ରୋୟଜନ

ନିଷ୍ପ୍ରୋୟଜନ

1 min
328



ଶବ୍ଦର ଅପବୟ କରିବା ଅପେକ୍ଷା ଚୁପ୍ ରହ

ଖାଲି ବାହାରୁ ନୁହେଁ ଭିତରୁ ବି ।


ଭିତରେ ନିଆଁ ଅଛି ବୋଲି ତ ବାହାରେ ଏ ଧୂଆଁ 

କିଏ ସେ ଜଳାଇ ରଖିଛି ଅହରହ ଏ ନିଆଁକୁ ?

କିଏ ବା ତାକୁ ଇନ୍ଧନ ଯୋଗାଇ ଚାଲିଛି ?

ତୋରି କାମନା ତୃଷ୍ଣା ଆକାଂକ୍ଷା ଅଭିଳାଷା ।


କ'ଣ ତୁ ଚାହୁଁ ?

ଅମରତା , ସମ୍ରାଟର ମୁକୁଟ 

ନା ଭୋଗିବାକୁ ଚାହୁଁ ଏକା ଏକା

ଏ ସମଗ୍ର ଧରାକୁ ? 


ନା ବ୍ରହ୍ମଜ୍ଞାନ ମୋକ୍ଷ ସଂଭୋଧି ନିର୍ବାଣ ? 

ଏ ସବୁ ଶୁଣିଥିବା ପଢ଼ିଥିବା କିଛି ଶବ୍ଦ 

ନା ବାସ୍ତବରେ ଅଛି ଏ ସବୁର ଅସ୍ତିତ୍ବ ?

ନୁହେଁ ତ କିଛି ପଳାତକଙ୍କ 

ନିସଙ୍ଗତାରୁ ମୁକ୍ତି ଲଭିବାର 

ଏକ ବୌଦ୍ଧିକ ମନୋରଞ୍ଜନ ?


କିଏ ବା ଜାଣେ ? 


ଯଦି ଅନ୍ଧକାର ଅଜ୍ଞାନ ସତ୍ୟ

ତେବେ ଜ୍ଞାନର ଆଲୋକ ବି ସତ୍ୟ 

ଏ ସବୁ ପ୍ରଶ୍ନର ଉତ୍ତର 

ନିଜକୁ ହିଁ ଖୋଜିବାକୁ ହେବ 

ବା ଖୋଜିବା ନିଷ୍ପ୍ରୋୟଜନ ‌।





 





Rate this content
Log in

Similar oriya poem from Inspirational