STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ନିଷ୍ପକ୍ଷ ଶିକ୍ଷା

ନିଷ୍ପକ୍ଷ ଶିକ୍ଷା

1 min
156

ମୁଖ ନିସୃତଃ କବି – ସନ୍ଥ କବୀର ଦାସ

ଅନୁବାଦ - ଡଃ ସୁବାସ ଚନ୍ଦ୍ର ରାଉତ

         

କବୀର ଠିଆ ହାଟରେ ହୋଇ, ମାଗେ ଶୁଭ ସଭିଙ୍କର, 

ତାହାର କେହି ନୁହନ୍ତି ସାଥୀ, କାହା ସାଥେ ନାହିଁ ବୈର ।

ଇିଭିନ୍ନ ଦଳ ବିଭକ୍ତ ହେତୁ, ବିଚାର ଧାରା ବିଭିନ୍ନ, 

ଯେ ନିରପେକ୍ଷ ହରିଙ୍କୁ ଭଜେ, ସେହି ହିଁ ସନ୍ଥ ସୁଜ୍ଞାନ । 

ଚକି ଚାଲିବା ଦର୍ଶନ କରି କବୀର କରେ କ୍ରନ୍ଦନ, 

ଦୁଇ ପ୍ରସ୍ତର ମଧ୍ୟରେ ସଦା ରହେନି କାହା ଜୀବନ ।

 ଚରିତ୍ରବାନ ସବୁଠୁ ବଡ଼, ଖଣି ସେ ସବୁ ରତ୍ନର, 

ସତ୍ ଚରିତ୍ର ମଧ୍ୟରେ ଥାଏ, ସମ୍ପତ୍ତି ତିନି ଲୋକର ।


Rate this content
Log in

Similar oriya poem from Classics