STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ନିଷ୍ଫଳ ନକ୍ଷତ୍ର

ନିଷ୍ଫଳ ନକ୍ଷତ୍ର

1 min
199

ସେ ରାତ୍ରି ର ନିଃଶବ୍ଦ ପ୍ରହର ରେ.....

ତୁ ଆସିଥିଲୁ ମୋ ମନର ନିଷିଦ୍ଧ ଅଗଣା ରେ

ଗୋଲାପ ର ରଙ୍ଗ ତୋ ଓଠ ରେ ନେଇ....

ଫଗୁଣ ର ଅବିର ଦେହେ ବୋଳି ହୋଇ

ଶ୍ରାବଣ ର ମେଘ ମାଳା ବେଣୀ ରେ ସଜେଇ

ରିମ ଝିମ ବର୍ଷା ଫୁଲେ ଦେହ କୁ ଭିଜେଇ

ବସନ୍ତ ର ପ୍ରୀତି ଫୁଲ ଗଭା ରେ ତୁ ନାଇ

ଆସିଥିଲୁ ପ୍ରୀତି ଲଗ୍ନା ପ୍ରେମ ମଗ୍ନ ହୋଇ

ଆସିଥିଲୁ ମୋ ହୃଦୟ ର ଆକାଶ ରେ....

ଏକ ଅଜଣା ନକ୍ଷତ୍ର ଟେ ହୋଇ....

ଏକ ଅଜଣା ଧୁମକେତୁ ର ଆକ୍ରୋଶ ରେ

ଭାଙ୍ଗିଗଲୁ ସେ ଆକାଶ ବକ୍ଷ ରେ

ନିଜ ଅସ୍ତିତ୍ୱ କୁ ଦେଲୁ ତୁ ହଜେଇ....

ନା ମୋର ଭାଗ୍ୟ ସାଥେ ଯୋଡି ହେଲୁ...

ନା ନିଜ ଭାଗ୍ୟ ନିଜେ ସଜାଡ଼ିଲୁ....

ଖାଲି ସେ ମହାଶୂନ୍ୟ ରେ ମିଳେଇଗଲୁ

ଖାଲି ଅବଶୋଷ ରହିଗଲା............

ସେ ସପ୍ନ ସବୁ ଭାଙ୍ଗିଗଲା......

ଯାହା ମୁଁ ଦେଖିଥିଲି କେବଳ ତୋରି ପାଇଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy