STORYMIRROR

Prasanna Kumar Madala

Abstract

3  

Prasanna Kumar Madala

Abstract

ନିଷ୍ଫଳ ଲୋକତନ୍ତ୍ର

ନିଷ୍ଫଳ ଲୋକତନ୍ତ୍ର

1 min
229


ବାଛି ତ ସାରିଛ   ଥିଲା ବୋଲି ସିନା

ବାଛିବାର ଅଧିକାର

ବଛା ଲୋକଟିକୁ   କିସ ଲାଭ ଏବେ

କରିଲେ ଯେତେ ଧିକ୍କାର ?


ତୁମ ଭଳି ଏଠି   ଅସଂଖ୍ୟ ଲୋକଙ୍କ

ଦେହରୁ ଚମଡା ଚାଞ୍ଛି 

ତୁମ ଦ୍ବାରା ସିଏ   ବଛା ହେବା ଆଗୁ

ଶିଳ୍ପପତି ନେଲେ ବାଛି ।


ବାଛିବ ବୋଲି ତ   ବାଛି ନେଇଥିଲା

ତୁମକୁ ଆସି ସେ ନିଜେ

ଯିଏ ଯାହା ବାଛୁ   କିସ ଯାଏ ଆସେ

ଗାଦିରେ ସିଏ ତ ବିଜେ ।


ସରକାର ସିନା      ବଦଳାଇ ହୁଏ

ମିଛ ପ୍ରଲୋଭନ ବାଢି 

ତାକୁ ଚଳାଇବା      ଅଧିକାର ତୁମ

ନିଆ ଯାଇଛି ତ କାଢି ।


ବାଛିବା ଲୋକଟି   ସ୍ବାର୍ଥପର ବୋଲି

ହୁଏ ଯହିଁ କିଣାବିକା

ବିକା ହେବା ମୁଣ୍ଡ   ପିଟୁଥାଅ ଯେତେ

ଅର୍ଥନୀତି ପଡେ ଫିକା !


ଆତ୍ମବିଶ୍ୱାସରେ     ଅନ୍ଧ ନିଜ ପ୍ରତି

ବିଶ୍ବାସଘାତ ହିଁ କରେ 

ସ୍ବାଧୀନ ଥିବାର   ବାହାସ୍ଫୋଟ ମାରି

ପରର ଅଧୀନେ ମରେ । 


ସତ୍ତାଧାରୀ ଦଳ   ସଂଘଟିତ ହେଲେ

ଏକଛତ୍ର ରାଜତନ୍ତ୍ର

ଜନମତ ଛାଡି     ଭାବଧାରା ବହେ

ନିଷ୍ଫଳ ଏ ଲୋକତନ୍ତ୍ର ।


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Abstract