STORYMIRROR

Subhalaxmi Nayak

Romance

3  

Subhalaxmi Nayak

Romance

ନିଶିଥ ସ୍ୱପ୍ନ

ନିଶିଥ ସ୍ୱପ୍ନ

1 min
222

ସେ ଆସିଥିଲେ

ଯାମିନୀର କୌଣସି ଏକ ପ୍ରହରରେ

ଫେରିଗଲେ ଆଖିଏ ସ୍ୱପ୍ନ ଭରି

ନିଦକୁ ଉହ୍ୟ କରି

ଲେଖିବାକୁ ବସିଥିଲି

କିଛି ଆପଣା କଥା

ଆଉ କିଛି ଏମିତି ବ୍ୟଥା

ଯାହା ଦିନେ ଅବସନ୍ନ କରୁଥିଲା ମୋତେ

ପୃଷ୍ଠା ପରେ ପୃଷ୍ଠା ଅନୁଭବୀ ଶବ୍ଦ ଭରା

ଆବିଷ୍କୃତ ହେଲା କାହାଣୀଟିଏ

ଯାହାର ଶୀର୍ଷକ ତ ଥିଲା ପ୍ରେମରେ

ଇତି ପାଖରେ ଛିଡ଼ା ହୋଇ ଥିଲି

ଏକାକିନୀ "ମୁଁ" ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance