STORYMIRROR

pranati Mahapatra

Abstract

2  

pranati Mahapatra

Abstract

ନିଶ୍ଚଳ କାହିଁକି

ନିଶ୍ଚଳ କାହିଁକି

1 min
2.9K

କାହିଁକି କେଜାଣି ଆଜି ଶରୀରର ସମସ୍ତ ଅଙ୍ଗ ଗୁଡା

ସମ୍ପୁର୍ଣ୍ଣ ନିଶ୍ଚଳ ହୋଇଯାଇଛି,

ଶରୀରରେ ଅଙ୍ଗ ଅଛି,

କିନ୍ତୁ ନିସ୍ତବ୍ଧ

ସତେ ଯେମିତି ମୋ ପାଇଁ ସେମାନେ ସ୍ଥାଣୁ

ପାଲଟି ଯାଇଛନ୍ତି

ଆଉ ସମସ୍ତେ ମିଳିମିଶି ମୋତେ ଉପହାସ କରୁଛନ୍ତି

ନା ଆଜି ପେଟକୁ ମୁଠେ ଦାନା ଦେଇପାରୁଛି,

ନା ନିଜକୁ ସୁରକ୍ଷିତ ମଣୁଛି

ହେଲେ ସେହି ଅଙ୍ଗଗୁଡିକୁ ତ ସାରାଜୀବନ 

ମୁଁ ସୁରକ୍ଷା ବଳୟ ଭିତରେ ରଖିଥିଲି

ସେମାନଙ୍କ ପାଇଁ ମୁଁ ଆଜି

ଅସୁରକ୍ଷିତ କାହିଁକି

କେଉଁଠି ତୃଟି ରହିଲା ଯେ 

ମିଳିମିଶି ଧର୍ମଘଟ କରୁଛନ୍ତି

ଆଉ ମୋତେ ଏମିତି ଯାତନା ଦେଉଛନ୍ତି

ମୋ ଶରୀରର ସେ ଅମୂଲ୍ୟ ଅଙ୍ଗଗୁଡିକ

ଆଉ କେହି ନୁହଁନ୍ତି

ମୋ ପୁଅ,ଝିଅ

ଆଜି ମୁଁ ବାର୍ଦ୍ଧକ୍ୟ ରେ ଉପନୀତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract