STORYMIRROR

MADHU MITA

Inspirational

3  

MADHU MITA

Inspirational

ନିର୍ମାଣ

ନିର୍ମାଣ

1 min
20


ଗୋଟେ ପରେ ଗୋଟେ ଇଟାକୁ ରଖିଲି

କାହିଁ ଘର ତିଆରି ହୋଇ ପାରିଲାନି !!

ଲୋକେ କହିଲେ..ମଝିରେ ସିମେଣ୍ଟ ଦେଇନ !

ତେଣୁ ଘର ତୁମେ କରି ପାରିଲନି ।


ଇଟା ସହ ସିମେଣ୍ଟ ବି ଦେଲି

ମଜବୁତ କରି ଗଢି ଦେଇ ଗଲି

ତଥାପି ଘର ହୋଇ ପାରିଲାନି

କହିଲେ.. କାହିଁ.. ଲୁହା ଛଡ଼ ତ ଦେଲନି !


ପୁଣି ଥରେ ତିଆରି କଲି

ମଜବୁତ କରି..ଲୁହ ଇଟା ସିମେଣ୍ଟ ଦେଲି

ତଥାପି କାହିଁକି ଘର ହେଇ ପାରିଲାନି

କହିଲେ..ବୋଧେ ଛାତ ଟା ଠିକ୍ ହେଇନି !


କାନ୍ଥ କରି ଦେଲି..ଛାତ ବି ତ କରିଲି

ମୂଳଦୁଆ ଅତି ସୁଦୃଢ କରିଲି

ଯାବତୀୟ ବସ୍ତୁ ଆଣି ବି ସଜେଇଲି

ତଥାପି..କାହିଁ ଘର ତ ହେଇ ପାରିଲାନି ?


ହସିଲେ ସେ..କହିଲେ

ଏ ତ ତୁମେ ମହଲ କରୁଛ

ଘର ନାମରେ ବହୁତ ବଡ଼ ନିର୍ମାଣ କରୁଛ

ମିଥ୍ୟା ପଛରେ ସତ୍ୟ ଶ୍ରମକୁ ସାରୁଛ।


ଘର ହୁଏ ନାହିଁ ନିର୍ଜୀବ ବସ୍ତୁରେ

ତିଆରି ହୁଏନି କେବେ..ଏପରି ଚେଷ୍ଟାରେ

ଆତ୍ମା ହୃଦୟ ଦେଇ ତୋଳି ଦିଅ ଘର

ଦେଖ ସଫଳ ନିଶ୍ଚୟ ତୁମେ ହେବ ଏଇଥର !


ମୂଳରେ ଦେଲି ମୁଁ ବିଶ୍ୱାସର ମାଟି

ପ୍ରେମ ଇଟା ସହ ସ୍ନେହ ସିମେଣ୍ଟକୁ ଘାଣ୍ଟି

ଲୁହା ଛଡ଼ କଲି ଆତ୍ମୀୟତା ଭରି

ଛାତ ମୁଁ ତୋଳିଲି ସହିଷ୍ଣୁତା ଆଧାର କରି..!!


ହୋଇଗଲା ଘର ଅତି ମଜବୁତ ହୋଇ

ମନ ମନ୍ଦିର କଲି ବିଭୁକୃପାକୁ ବସେଇ

ଦୀପ ଲଗେଇ ଦେଇ ଆତ୍ମ ସମର୍ପଣର

ଗୃହ ପ୍ରବେଶ କଲି ମୁଁ..ପୂଜି ତୁମ ପୟର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational