Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Others

3  

Satyanarayan Sahoo

Romance Classics Others

ନିର୍ଜନ ସ୍ଥାନର ବେଞ୍ଚ

ନିର୍ଜନ ସ୍ଥାନର ବେଞ୍ଚ

1 min
199



ପଡିଅଛି ବେଞ୍ଚ ଟିଏ ନିର୍ଜନ ସ୍ଥାନରେ 

ଶ୍ରମ କ୍ଳାନ୍ତ ପଥିକଏ ନିତି ସେହି ଠାରେ  ।


ପ୍ରତି ଦିନ ମେଳ ହୋନ୍ତି ଅସଂଖ୍ଯ ଭାବରେ

ଗପ ସପ ଆରମ୍ଭନ୍ତି ବସି ତା' ଉପରେ  ।


ଗାଡି ମଟର ର ପ୍ରତୀକ୍ଷା ରେ କେତେ ପୁଣି

କ୍ଳାନ୍ତ ଶ୍ରାନ୍ତ ହୋଇ ବସୁ ଥାନ୍ତି ତହିଁ ଯାଇ  ।


ମଦୁଆ ଓ ଗୁଣ୍ତା କ୍ଳାନ୍ତି ତହିଁ ମେଣ୍ଟାଅନ୍ତି

ଚୋର ଦଳେ ତାଉପରେ ଭାଗ କୁ ବାଣ୍ଟନ୍ତି  ।


କବି ଲେଖକଏ କେତେ ବସି ସେହି ଠାରେ

ଲେଖନ୍ତି ଗାଆନ୍ତି କେତେ ମନ ମଉଜରେ  ।


ଅସାମାଜିକ ଲୋକଏ ତହିଁ ହୋଇ ମେଳ

ଯୋଜନା କରନ୍ତି ନିତି ବହୁ ରକମର  ।


ଯାତ୍ରୀ ଦଳେ ରାତ୍ରୀକାଳେ ବିଶ୍ରାମ ଲୋଡିଲେ

ବସି ଯାନ୍ତି ଶୋଇ ଯାନ୍ତି କେତେ ତା, ଉପରେ  ।


ବାବା , ମାତା , ଚେଲା ସାଧୁ କେତେ ଚେଲିଆଣି

ଚାଲି ଚାଲି ଥକି ଯାଇ ବସୁ ଥାନ୍ତି ପୁଣି ।


ସବୁ କାଳେ ଥାଇ ସେହି ନିଶୂନ ବନସ୍ତେ

ଖରା ବର୍ଷା ,ଶୀତ କାକର ଓ ବାତ୍ଯା କେତେ ।


ଆପଣାର ଅଙ୍ଗେ କେତେ ଲିଭାଇଛି ସେହି

ନିତି ନିତି ଅଭିନବ ଭାବ ଆହରଇ ।


Rate this content
Log in

Similar oriya poem from Romance