ନିର୍ଜନ ବାସ
ନିର୍ଜନ ବାସ
ଉଗ୍ର ଆଧୁନିକତାକୁ ନେଇ
ଅସ୍ତ ବ୍ୟସ୍ତ ସମାଜ
ଆଜି ମନେହୁଏ ଜରାଜୀର୍ଣ୍ଣ ,
ଆବଶ୍ୟକତା ଠାରୁ ଅଧିକ
ରାତ୍ରିର ଅନ୍ଧକାରରେ
ବଦଳାଇ ଚାଲିଛି ସେ ତା' ବର୍ଣ୍ଣ .....
ହଜାଇଛି ନିଜର ସ୍ବତନ୍ତ୍ରତା
ସଦା ଅତୃପ୍ତ ଜିଜ୍ଞାସା ନାଁ ରେ
ଭୁଲାଇଛି ମହାନ ସଂସ୍କୃତିକୁ
ମିଥ୍ୟା ପ୍ରଗତି ର ଦୈ।ଡ଼ ଧାଁ ରେ ,
ସେଇଥିପାଇଁ ତ ଏ ଦୁନିଆ
ମନେହୁଏ ଆଜି ନିର୍ଜନ ବାସରେ
କରି ଥିବା ଯାବତୀୟ ଅପରାଧ ପାଇଁ
କୁହୁଳୁଛି ପ୍ରାୟଶ୍ଚିତ ର ନିଆଁ ଧାସରେ ,
ଏବେବି ସମୟ ରହିଛି
ସତ୍ ମନରେ ନିଜକୁ ସୁଧାରି ନେବାର
ହଜାଇ ଦେଇଥିବା ନିଜସ୍ଵ ଅସ୍ତିତ୍ଵକୁ
ପୁଣି ଥରେ ଖୋଜି ପାଇବାର ,
ହେଳା କଲେ ତେଣିକି
ଜୀବନ ନ ଥିବ ଆପଣାର ହୋଇ
ନିଜ ହାତରେ ସଜାଡୁ ଥିବ
ନିଜେ ନିଜର ଜୁଇ ......!
