STORYMIRROR

pratap nayak

Romance

3  

pratap nayak

Romance

ନିର୍ବାଣ. ,,,,,,,,,,,

ନିର୍ବାଣ. ,,,,,,,,,,,

1 min
383

ନିର୍ବାଣର ପରିସମାପ୍ତି ଘଟିଲା 

ତୁମର ସେ ପ୍ରଥମ ଦେଖାରେ

ଥମ୍ କରି ରହିଗଲା ମୋ ପାଦ

ଅବଶୋଷ ବଢେଇଲା ପାଇବା ନିଶାଟା

କେତେବେଳେ ରାତିଟା ସକାଳ ହେଲା

ପୁଣି ସକାଳ ହେଲା ରାତି

ସବୁରି ଭିତରେ ତୁମେ ହିଁ ତୁମେ

ଗଜଲ୍ ଗାଇବା ପରର ସନ୍ତୋଷତା

କର୍ମ ପରେ ସତେଜତା ଖୋଜୁଥିବା ଶରୀର

ଅତିବାଇଗିଣୀ ରଶ୍ମୀପରି ଉଭେଇ ଗଲାଣି

ସରସୀର କୁମୁଦିନି ପ୍ରେମ

ବଳୟ ମେଲେଇ ପଡିଥିବା ତୋଫାଜହ୍ନ

ଭୁଲିଲାଣୀ ନିର୍ବାଣତା ମୋହ

ବ୍ୟସ୍ତ ବିବ୍ରତ ମନ ମୋର

ଧାଇଁଲାଣି ତୁମର ସେ ସାନିଦ୍ଧ୍ୟ ଆଶାରେ

ପୁରଣର ପୁର୍ଣ୍ଣତା ହେଉ କି ନହେଉ

ମାଟି ଦେଇ ସାରିଲିଣି

ଅବାଟରେ ଚାଲି ମୁଁ ଗଲିଣି

ପଛେ ଥାଉ ସେ ନିର୍ବାଣ

ପଛେ ଥାଉ ସେ ନିର୍ବାଣ

ଫେରିବାର ଇଚ୍ଛା ନାହିଁ ମୋର

ମୋ ପାଦ...ମୋ ଅବଶୋଷ

ମୋ ରାତି ଆଉ ସକାଳ

ଏକାକାର ହେଉ ,

ତୁମର ସେହି ମିଛୁଆ ସତରେ

ତୁମର ସେହି ମିଛୁଆ ସତରେ



Rate this content
Log in

Similar oriya poem from Romance