ନିରବ ପରିଭାଷା
ନିରବ ପରିଭାଷା
ଭାଗ ଭାଗ ହୋଇ
ଯୋଡି ହେଉଥିବା
କଣ୍ଢେଇ ନୁହେଁ
ପରିପକ୍ୱ ଲାଭ କରିଛି
ପରିପୂର୍ଣ୍ଣତାରେ ଭରପୂର
ମୁଁ ବି ତୁମ ତୁଲ୍ୟ
ସରି ହୋଇ ପାରିବି।
ସାମର୍ଥ୍ୟ ଅଛି ମୋର
ବକ୍ଷରୁ ଅମୃତ ବୁହାଇବାର
ସ୍ୱରାନ୍ଧଣାରେ ହସ୍ତ ମୁଖ ଦେଇ
ଅନ୍ତରରେ ଆତ୍ମ ତୃପ୍ତି ଭରି
ହୃଦର ଦୁଃଖକୁ ଲୁଚାଇ ରଖି
ଅନୁଭବ ରଖେ ଖୁସି ଓ ଶାନ୍ତିର।
ଭିନ୍ନ ଭିନ୍ନ ସମ୍ପର୍କରେ
ଅଭିନ୍ନ କାୟା ରୂପ
ଅବୟବ ତୁଚ୍ଛ ନଗଣ୍ୟ ନୁହେଁ
ପର ସେବା ପାଇଁ
ସମ୍ପୂର୍ଣ୍ଣ ସମର୍ପିତ
କେବେ ନୁହେଁ ନିର୍ବାପିତ।
ପରିସ୍ଥିତି ସହ ଖାପ ଖୁଆଇ
ଚଳୁ ଚଳୁ ହଜେଇଦିଏ
ମୋ ସତ୍ତା ଆନନ୍ଦ କାରଣ
ଭବନ ଗଢି ହୁଏ
ଇଟା ପଥରରେ
ମନ୍ଦିର ପାଲଟେ ତାହା
ମୋ ପରଶରେ।
ବିଶ୍ରାମକୁ ମୋ କଟାକ୍ଷ
ତାଚ୍ଛଲ୍ୟ କର ନାହିଁ
ଅପୁରନ୍ତ ଶକ୍ତି ସଞ୍ଚୟ କରି
ପୁଣି ଗଢି ଚାଲିବି
ପୁନଃ ପୁନଃ ପରଶୁଥିବି
ବାହ୍ୟ ରୂପେ ଆତ୍ମତୃପ୍ତିକୁ
ଘୋଡାଇ ରଖି
ଯାତନା କ୍ଳିଷ୍ଟକୁ
ହୃଦୟର କେଉଁ ଏକ କୋଣରେ
ନିବିଡ ଅଭ୍ୟନ୍ତରରେ ।