ଅତୀତ
ଅତୀତ
1 min
239
ଅତୀତ ଇତିହାସର ଫର୍ଦ୍ଦ
କଳଙ୍କିତ ଲେଖନୀ ରଚିତ
ବର୍ତ୍ତମାନ ମୁହୂର୍ତ୍ତର ଶୂନ୍ୟ
ବିକଟାଳ କରି ରଚିବି ମୁଁ
ସ୍ୱର୍ଣ୍ଣିମ ପଦେ ଭବିଷ୍ୟତ।।
ଭାବନାର ସମନ୍ତରାଳେ
ବିବେକର କୋଳାହଳେ
ପ୍ରଶ୍ନବାଚୀ ଆଜି ନିଜେ ମୁଁ ନିଜେ
ଭୁଲଛିକି ନିକିତିର ଦୁଇପଲାରେ।।
ଅତୀତର ସ୍ୱପ୍ନକୁ ସାଉଁଟି
ଅଙ୍କାବଙ୍କା ସଡକେ ପଡିଉଠି ଧାଏଁ
ପାଇବା ଯୋଗ୍ୟରେ ଲଭିଛି କି ମୁହିଁ
ଜନ୍ମରୁ କୈଶୋର
ଯୌବନରୁ ମାତୃତ୍ୱ ଯାଏଁ।।
ମାତୃଗର୍ଭରେ ସ୍ୱପ୍ନ ଭରିଥିଲି
ପିତୃସ୍କନ୍ଧେ ଆଶା ପୂରିଥିଲି
ପୂରି ହେଲା କି ଦୁଇ ଅଭିଳାଷ
ବିଛୁଡ଼ି ଅଶାନ୍ତି ସ୍ତୂପର ଶେଷାବଶେଷ
ଦୂରାଶାର ପେନ୍ଥା ଖୁନ୍ଦାଖୁନ୍ଦି ହୋଇ
ଉର୍ଣ୍ଣନାଭି ଛନ୍ଦେ ଦୋଳୟମାନ
ପାର୍ଥିବ ଶରୀରର ଯାନ୍ତ୍ରିକ ପ୍ରେମରେ
ବିସ୍ମରଣ ଘଟେ ଜନ ସୃଜନ।।
ପ୍ରତି ମୁହୂର୍ତ୍ତରେ ଘଟି ଚାଲିଛି
ଏବେ ଏବେ ହୋଇ ଅତୀତ
ସ୍ୱର୍ଣ୍ଣ ଲେଖନୁ କାଳି ତ ସରିନି
କିନ୍ତୁ
ଆତ୍ମା ଆଜି ହତପ୍ରଭ ବିସ୍ଫାରିତ। ।