STORYMIRROR

SANGITA SATAPATHY

Others

4  

SANGITA SATAPATHY

Others

ଅତୀତ

ଅତୀତ

1 min
235

ଅତୀତ ଇତିହାସର ଫର୍ଦ୍ଦ

କଳଙ୍କିତ ଲେଖନୀ ରଚିତ

ବର୍ତ୍ତମାନ ମୁହୂର୍ତ୍ତର ଶୂନ୍ୟ

ବିକଟାଳ କରି ରଚିବି ମୁଁ

ସ୍ୱର୍ଣ୍ଣିମ ପଦେ ଭବିଷ୍ୟତ।।

ଭାବନାର ସମନ୍ତରାଳେ

ବିବେକର କୋଳାହଳେ

ପ୍ରଶ୍ନବାଚୀ ଆଜି ନିଜେ ମୁଁ ନିଜେ

ଭୁଲଛିକି ନିକିତିର ଦୁଇପଲାରେ।।

ଅତୀତର ସ୍ୱପ୍ନକୁ ସାଉଁଟି

ଅଙ୍କାବଙ୍କା ସଡକେ ପଡିଉଠି ଧାଏଁ

ପାଇବା ଯୋଗ୍ୟରେ ଲଭିଛି କି ମୁହିଁ

ଜନ୍ମରୁ କୈଶୋର

ଯୌବନରୁ ମାତୃତ୍ୱ ଯାଏଁ।।

ମାତୃଗର୍ଭରେ ସ୍ୱପ୍ନ ଭରିଥିଲି

ପିତୃସ୍କନ୍ଧେ ଆଶା ପୂରିଥିଲି

ପୂରି ହେଲା କି ଦୁଇ ଅଭିଳାଷ

ବିଛୁଡ଼ି ଅଶାନ୍ତି ସ୍ତୂପର ଶେଷାବଶେଷ

ଦୂରାଶାର ପେନ୍ଥା ଖୁନ୍ଦାଖୁନ୍ଦି ହୋଇ

ଉର୍ଣ୍ଣନାଭି ଛନ୍ଦେ ଦୋଳୟମାନ

ପାର୍ଥିବ ଶରୀରର ଯାନ୍ତ୍ରିକ ପ୍ରେମରେ

ବିସ୍ମରଣ ଘଟେ ଜନ ସୃଜନ।।

ପ୍ରତି ମୁହୂର୍ତ୍ତରେ ଘଟି ଚାଲିଛି

ଏବେ ଏବେ ହୋଇ ଅତୀତ

ସ୍ୱର୍ଣ୍ଣ ଲେଖନୁ କାଳି ତ ସରିନି 

କିନ୍ତୁ

ଆତ୍ମା ଆଜି ହତପ୍ରଭ ବିସ୍ଫାରିତ। ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍