STORYMIRROR

SANGITA SATAPATHY

Others

4  

SANGITA SATAPATHY

Others

ସ୍ମୃତିଖିଅ

ସ୍ମୃତିଖିଅ

1 min
204

ରିମ ରିମ କାଗଜକୁ

ଫର୍ଦ୍ଦ ଫର୍ଦ୍ଦ କରି ଯୋଡୁଥିବା

ସୂତା ଛୁଞ୍ଚିର ଖେଳ

ସ୍କେଲ ଧରି କାଗଜକୁ ଅଲଗା କରୁଥିବା

ପୁଣି ଫେରନ୍ତା କି ସେ ଖରାଛୁଟି ।।

ସକାଳର କଅଁଳ କିରଣ

ଧାଁଦଉଡ଼ ଭିତରେ ହଜିଯାଉଥିବା

ଖୁଦଜାଉ ର ଆସ୍ଵାଦନ

ଦହି ପଖାଳର ଭୂରି ପ୍ରଶଂସାରେ

ପୁଣି ଫେରନ୍ତା କି ସେ ଖରାଛୁଟି ।।

ଦଳ ବଳ ହୋଇ ଗାଁ ପୋଖରୀକୁ

ପଙ୍କୁଆ ଗନ୍ଧରେ ଲଟପଟ ହୋଇ

ଗାମୁଛା ଫୋଟକାରେ ପହଁରି ପହଁରି

କଇଁ ଫୁଲ ତୋଳୁ ତୋଳୁ

ପୁଣି ଫେରନ୍ତା କି ସେ ଖରାଛୁଟି ।।

ପୂର୍ବ ବର୍ଷର ବିଷୟବସ୍ତୁକୁ

ଆଲୋଚନା କରୁ କରୁ

ନରକୋଳି ଖଜୁରୀକୋଳିର

ଲହ ଲହ ପେନ୍ଥା ଝୁଲି ଝୁଲି ହାତଠାରେ

ପୁଣି ଫେରନ୍ତା କି ସେ ଖରାଛୁଟି ।।

ଗୁହାଳ ପିଣ୍ଡାରେ ଗୋଟା ତାଳ,ଠୁରି ଆମ୍ବ

ଖଣ୍ଡ ଖଣ୍ଡ ହୋଇ ରସ ଚୁଚୁମି

କାହା ଭାଗ ବେଶି ସମାଧାନେ

ଗଣ୍ଡଗୋଳିଆ ଉବୁଟୁବୁ ଝାଳରେ ଝୁରି ହୁଏ

ପୁଣି ଫେରନ୍ତା କି ସେ ଖରାଛୁଟି ।।

ଆମ୍ବ ଜୁଆ ତେନ୍ତୁଳି ଆଚାରର

ମହମହ ବାସ୍ନା ଆନ୍ଦୋଳିତ ବେଳେ

ଗୋଟି ଗୋଟି ଫୁଲବଡି ସଜ୍ଜା

ଲିଆବଡିର ଗୋଲାକାର ପୃଏଷ୍ଠ

ପୁଣି ଫେରନ୍ତା କି ସେ ଖରାଛୁଟି ।।

ଦାଣ୍ଡ ଦୁଆରେ ଲୁଗା ଓହଳଇ

ଟାଣ ଖରାରୁ ରକ୍ଷା ପାଇବାକୁ 

ଖଣି ବେଦୀରେ ରାତ୍ର ସ୍ବପ୍ନକୁ ସାଉଁଟି ନେଇ

କେଉଁ ଏକ ରାଇଜରେ ବିଚରଣ କରୁ କରୁ

ବିଳାପ କରୁଛି ସରଳିଆ ମନଟି

ଫେରିଆ' ଫେରିଆ' ବାଲ୍ୟ ଖରାଛୁଟି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍