STORYMIRROR

Manaswini Dash

Tragedy

3  

Manaswini Dash

Tragedy

ନିରବ ଝଡ

ନିରବ ଝଡ

1 min
258

ବିନା ସଂକେତରେ ହୃଦୟ ମୋର ହଠାତ ଦେଖେ 

ଧ୍ଵସ୍ତ ବିଧ୍ୱସ୍ତ ଗଳିରେ ଅନେକ ଘନଘୋର ଝଡର ତାଣ୍ଡବ 

ଯେମିତି ସବୁକିଛି ଧ୍ବଂସ ହୋଇଯିବ ନିମିସକରେ 

ସବୁ ମାଟିକୁ ଜାବୁଡି ଧରିବେ, ଦାନ୍ତନିକୁଟି ଆକାଶକୁ ଚାହିଁବେ 

ସରଳରେଖା ପରି ସବୁ ଡେଙ୍ଗା ତାଳଗଛ ଶୋଇପଡିବେ 

ଆଉ ଉଠିବେନି ଅଣ୍ଟାରେ ସେ ପୂର୍ବ ଜୋର ଧରି 

ସୁନୀଳ ଆକାଶ ପିନ୍ଧିଦେବ କଳା ବାଦଲର ନୂତନ ବସ୍ତ୍ର 

ମାତ୍ର ମୁଁ ବାସ୍ତବରେ ନିରବ ମୁହଁକୁ ଧରି ହସ ଫୁଟାଉଛି ଦିନରାତି 

କାହିଁକିନା ମୁଁ ଚାହେଁନା ସେ ଝଡର ଆଭାସ ଆଉକେହି ପରଖନ୍ତୁ 

ସବୁକିଛି ରହିଯାଉ ମୋ ଭିତରେ ଗୋଟେ ଗୋଟେ ନିରବଝଡର ବସ୍ତ୍ର ପିନ୍ଧି ।।

ସବୁ ଆଶାର ସୌଧ ଆଜି ଧରାଶାୟୀ 

ହୃଦୟ ଭିତରେ ମୋର କେତେଯେ ବିପ୍ଳବ 

ବର୍ଣ୍ଣମାଳା ନାହିଁ ସେମାନଙ୍କ ରୂପ ଅଙ୍କିବାକୁ 

ଆଉ ଭିତରେ ନାହିଁ ସେ ଅଭିଳାଷର ଅହଂକାର 

ଆଉ ନାହିଁ ଗଢିବାର ଇଚ୍ଛା କି ଶିଳ୍ପୀ ହେବାର ସ୍ବପ୍ନ 

ତଥାପି ମୁଁ ନିରବ ଆଉ ଭିତରେ ସ୍ୱପ୍ନଶୂନ୍ୟ ନିଶ୍ୱାସର ନୃତ୍ୟ 

କାରଣ ମୁଁ ଚାହେଁ ମୋ ପାଇଁ ସମସ୍ତ ଝଡ ହୋଈ ରହୁ ଗୋଟେ ଗୋଟେ ନିରବ ଝଡ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy