STORYMIRROR

baishnaba meher

Inspirational Others

3  

baishnaba meher

Inspirational Others

ନିରାଟ ସତ୍ୟ

ନିରାଟ ସତ୍ୟ

1 min
178

ସତ୍ୟ ଯେବେ ଅଛି ଧରା ଧାମେ,

ଅସତ୍ୟ କାହିଁ ଏତେ କହୁ,

ପୁଣ୍ୟ ଯଦି ସ୍ୱର୍ଗ ପ୍ରାପ୍ତି ପଥ,

ପାପ କାହିଁ ଏତେ କରୁ।

ଅଧର୍ମେ ପ୍ରାପ୍ୟ ଯେତେ ଧନ ସଂପତ୍ତି,

କେବେ କାହାର ଭାଗ୍ୟେ ନୁହଁଇ,

ଅଧର୍ମ ବିତ୍ତ ବଢ଼େ ବହୁତ ସତ,

ମଲେ ଖାଲି ହାତ ଅଟଇ ।

କ୍ରୋଧ ଅହଂକାର ମୋହ ମାୟା ଯେତେ,

ପଥ ଅଟଇ ସବୁ ଅଶାନ୍ତିର,

ଏତେ କପଟ ଦୋଷାରୋପ କଣ ପାଇଁ,

ମୃତ୍ୟୁ ନିୟତି ଜୀବନ ଯୁଦ୍ଧର ।

ପାଣି ଫୋଟକା ସମ ମଣିଷ ଜୀବନ,

ବଞ୍ଚିଥିବା ଯାଏଁ ଦିଅ ହସି,

ଶେଷ କର ଜୀବନ ଅକଷା-ଅଙ୍କ ସବୁ,

ହୃଦୟେ ସ୍ନେହ ମମତା ଘେନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational