STORYMIRROR

Ajaya kumar Jena

Abstract Others

4  

Ajaya kumar Jena

Abstract Others

ନିଖୁଣ ଅଭିନୟ

ନିଖୁଣ ଅଭିନୟ

1 min
261

ଚରିତ୍ରର ପ୍ରଶାନ୍ତ ମହାସାଗରେ

ସଂପୂର୍ଣ୍ଣ ଲହଡ଼ିଭଙ୍ଗା ବୁଡ଼ ଦେଇ,

କାହିଁ କେଉଁ ଅନାଦି କାଳରୁ

ଦୁନିଆ ରଙ୍ଗମଞ୍ଚରେ 

ସେମାନେ କରନ୍ତି ନିଖୁଣ ଅଭିନୟ!


ଯାଉ ଯାଉ ଦେଖିଲି!

କିଛି ଲୋକ ଦିନରେ ଦେହସାରା ଧଳା ରଙ୍ଗ ଛାଟି

ଖୋଜିବୁଲୁଛନ୍ତି ଶାନ୍ତିର ଠିକଣା,

ରାତି ହେଉ ହେଉ ଫୁଙ୍ଗୁଳା ଶରୀରେ ଛୁଟାଉଛନ୍ତି

ବିଦେଶୀ ରମ୍ ର ବାସ୍ନା........,

ଆଉ କିଶୋରୀ ତରୁଣୀର ମାଂସ ଚାଟି

ତାଳୁରୁ ତଳିପାଯାଏଁ ଲେଖୁଛନ୍ତି

ନିଖୁଣ ଅଭିନୟର ସଂଳାପ ଚିଠା।


ଗୋଟାପଣେ ବାଲ୍ୟାବସ୍ଥା ଧୂଳିବୋଳା,

ସାଙ୍ଗ-ସାଥି ସହ ଖେଳୁ ଖେଳୁ

ଖାଇଛି ବିଧା-ଡିହ-ହାବୁସା

ପେଟରୁ ଆଣ୍ଠୁଆ ଦରଜ ଏଯାଏଁ ଯାଇନି,

ବାପାଙ୍କ ନାଲି ଆଖି ଆଗେ ତା' ଅଷ୍ଟାଙ୍ଗ ନୀରବତା

ଏହି ବୋଧେ ତା' ଅଭିନୟର ନିଖୁଣତା।


ସେ ଡେଙ୍ଗା ବ୍ୟକ୍ତିର କାନ୍ଧ ଉହାଡରୁ

ଟେକିହୋଇ ଦେଖୁଥିଲି

ବିଳାସ ବ୍ୟସନର ରଙ୍ଗ ମଞ୍ଚ କୁ!

ଦର୍ଶକ ଦେହରେ ଭରିବାକୁ ଶୀତରାତି ଉଷ୍ମତା

ଅଧା ଲଙ୍ଗଳା ଦେହଟାକୁ ଚିକ୍ ମିକ୍ ଆଲୁଅରେ

ସେ ନିର୍ଲଜି ଦେଖାଉଥିଲା

ଅଭିନୟରେ ନିଖୁଣତା..............।


କିଛିଦିନ ତଳେ!

କଦମ୍ବ ଗଛ ଉହାଡରେ

ପ୍ରାଚୀନ ଶିଳାର ଲଙ୍ଗଳା ଭାସ୍କର୍ଯ୍ୟରେ

ଏକାକାର ଦୁଇ ଯୁବକ ଯୁବତୀ

ଆଜି ଉଠାନ୍ତି ପ୍ରଯୁକ୍ତି ବିଦ୍ୟାର ଫାଇଦା,

ପ୍ରମୋଦ ଉଦ୍ୟାନର ଫୁଲଗଛ ଉହାଡୁ

ଫୋନ୍ କଲ୍ ରେ କଥା ହୁଅନ୍ତି!

ସନ୍ତୁଷ୍ଟ ପରିବାରର ଅସନ୍ତୁଷ୍ଟତା,

ଇଏ କ'ଣ ନୁହେଁକି ଅଭିନୟରେ ନିଖୁଣତା।


ବୁଲି ବୁଲି କ୍ଳାନ୍ତ ଜଙ୍ଗଲରେ ଜାଗ୍ରତ ସିଂହଟା

ହରିଣର ଶିକାର ପାଇଁ

ସୁପ୍ତହୋଇ ଦେଖାଏ ତା'

ଅଭିନୟରେ ନିଖୁଣତା।


କେହି କେହି ପେଟ ପାଇଁ

ଏଠି ଦେଖାନ୍ତି ଅଭିନୟରେ ନିଖୁଣତା,

କିନ୍ତୁ ଅବଶିଷ୍ଟାଂଶ ଯାହା!

ଜନତା ଠୁ ଯନ୍ତ୍ରୀ, ନେତା ଠାରୁ ମନ୍ତ୍ରୀ,

ପର ଠାରୁ ଆତ୍ମୀୟ, ଆତ୍ମୀୟ ଠୁ ଆହୁରି ନିଜର

ଏଠି ସମସ୍ତେ ଅତୃପ୍ତ ଦେହଧାରୀ ଆତ୍ମା

ସେଥିପାଇଁ ତ' ଅହରହ ଦେଖାନ୍ତି

ଅଭିନୟରେ ନିଖୁଣତା,

ନିରନ୍ତର ଅସୀମ ଅବଧି ପର୍ଯ୍ୟନ୍ତ ........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract