STORYMIRROR

pranati Mahapatra

Abstract

2  

pranati Mahapatra

Abstract

ନିଜକୁ ନିଜେ ପଚାର

ନିଜକୁ ନିଜେ ପଚାର

1 min
175

ଚାରିଆଡ଼େ ସେଇ ଗୋଟିଏ କଥା

ସବୁଠି ସେଇ ଚର୍ଚ୍ଚା

ଆତଙ୍କିତ ଆଜି ଧରିତ୍ରୀ

ନାରୀସମାଜ,କନ୍ୟା ସନ୍ତାନ

କିଏ କିଏ ମତ ରଖିଲେଣି 

ବନ୍ଧ୍ୟା ହୋଇଯାଉ ଧରଣୀ,

ସତରେ କନ୍ୟା ଭୃଣହତ୍ୟା କରିବା ଠିକ

ଅମଣିଷ ମାନଙ୍କର ଅମାନୁଷିକ ଅତ୍ୟାଚାର

କେତେ ସହିବ,

ଘରୁ ଗୋଡ଼ କାଢିଲେ ବିପଦ,

ପଡିଶା ଘରକୁ ଛାଡିଲେ ଡ଼ର,

ଦାଦା, କକା,ଖୁଡି ଯାହା ସାଙ୍ଗରେ ଗଲେବି

ତ ସୁରକ୍ଷିତ କେଉଁଠି

କେଉଁଠି ସେ ସ୍ଵାଧୀନ


ନାରୀ ଯଦି ବନ୍ଧ୍ୟା ହେବ,

 ଧରଣୀ ଯଦି ନାରୀ ଶୂନ୍ୟ ହେବ,

ଆଉ ଯଦି କନ୍ୟା ଭୃଣହତ୍ୟା ହେବ,

ତେବେ ସୃଷ୍ଟି କଣ ପାଇଁ, କେମିତି ,କାହିଁକି


ଯଦି ଏ ପ୍ରଶ୍ନର ଉତ୍ତର ଆମେ 

ନିଜକୁ ନିଜେ ପଚାରିବା

ତେବେ ଏତେ ବିଶୃଙ୍ଖଳା ସୃଷ୍ଟି ହେବ ନାହିଁ

ସମସ୍ତଙ୍କର ଝିଅ, ଭଉଣୀ, ମାଆ ଅଛନ୍ତି

ଆମେ ନିଜକୁ ନିଜେ ଏ ପ୍ରଶ୍ନ ପଚାରିବା

ସଚେତନତା ନିଜ ଭିତରେ ଆଣିବା ଦରକାର

ମନୋଭାବ ସ୍ଵଛ ହେବା ବାଞ୍ଛନୀୟ

ନ ହୋଇ ଥିଲେ

କାହିଁକି ସେ ମାଆ ସେଦିନ କହିଲେ

ମୋ ପୁଅକୁ ଫାଶୀ ଦେଇଦିଅନ୍ତୁ ବୋଲି

ମାଆ ତୋତେ ସଲାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract