ନିଜକୁ ନଭାବ ହୀନ
ନିଜକୁ ନଭାବ ହୀନ
ପ୍ରଫୁଲ୍ଲ କୁମାର ସାହୁ
ଟିକି ମଞ୍ଜିଟେ ମୁଁ ମାଟିରେ ପଡିଲି
ପାଇଲି ଉତ୍ତାପ ଜଳ,
ବତୁରା ମାଟିରେ ଗଯା ହୋଇଲି ମୁଁ
ମାଟି ଦେଲା ମୋତେ ବଳ ॥
ଦିନ କେତୋଟିରେ ପତର ମେଲାଇ
ଉପରକୁ ଦେଲି ଚାହିଁ,
ସୂରୁଯ ତେଜରେ ଚଊଦିକ ହସେ
ମନ ମୋ ଉଠିଲା ଚେଇଁ ॥
ଚେରଟି ମୋହର ମାଟିରୁ ଶୋଷିଲା
ଧାତବ ଲବଣ ଜଳ;
ସୂରୁଯ କିରଣେ ଖାଦ୍ୟ ମୁଁ ରାନ୍ଧିଲି
ପତ୍ର ମୋର ପାକଶାଳ ॥
ବାଯୁରୁ ଶୋଷିଲି ଅଙ୍ଗାର କାମ୍ଲକୁ
ଅମ୍ଳଜାନ ଦେଲି ଛାଡି,
ଦିନ କେତୋଟାରେ ଡାଳପତ୍ର ମେଲି
ଶରୀର ଗଲା ମୋ ବଢି ॥
ସବୁ ବିଷ ପିଇ ଅମୃତ ବାଣ୍ଟିଲି
ଜଗତ କଲ୍ୟାଣ ପାଇଁ,
ବାଟ କଡେ ଦେଖ ଛିଡା ହୋଇଛି ମୁଁ
ସେବା ମନୋଭାବ ନେଇ ॥
ଛୋଟ ବୋଲି ତୁମେ ପିଲାଏ ନିଜକୁ
କେବେ ହେଁ ନ ଭାବ ହୀନ,
ଈଶ୍ବରଙ୍କ ଏହି ସୁନ୍ଦର ସୃଷ୍ଟିରେ
ଦୃଢକର ନିଜ ସ୍ଥାନ ॥