STORYMIRROR

Chinmaya Kumar Nayak

Abstract

2  

Chinmaya Kumar Nayak

Abstract

ନିଜକୁ ଖୋଜିବା

ନିଜକୁ ଖୋଜିବା

1 min
273

ଚାଲ ଥରେ ନିଜକୁ ଖୋଜିବା

ଅନ୍ତର ଭିତରେ ପଶି 

ସାଉଁଟିବା ଯେତେକ ଭବନା

ଆଶା, ସ୍ୱପ୍ନ, ଅଭିଳାଷ,

ଯଦି ଥାଏ କିଛି ଅବଶୋଷ,

ଅସଜଡ଼ା ହୃଦୟକୁ ସଜାଡି ବସିବା

ଚାଲ ଥରେ ନିଜକୁ ଖୋଜିବା


ଫିଙ୍ଗିଦେବା ଯେତେ ଅଛି ବାଜେ ଚିନ୍ତା ସବୁ

ଯେତେ ଅଛି ପୁରୁଣା ସ୍ମୃତି ଆଉ ମଉଳା ସପନ

ଯେତେ ଅଛି ରାଗ ଦ୍ୱେଷ ମାନ ଅଭିମାନ

କୋଣରେ ପଡିଥିବା ଅପବାଦ କିଛି

କାହାଠାରୁ ମିଳିଥିବା ନିନ୍ଦା ଅପମାନ

ଝାଡ଼ିଦେବା ଥାଏ ଯେତେ ମିଛ ଅହଙ୍କାର

ଥିବ ଯଦି ପ୍ରତାରଣା କେବେ ପ୍ରେୟସୀର,

ତନ୍ନ ତନ୍ନ କରି ଖୋଜି ଦେଖ

କେତେ ଦୁଃଖ ଅବସାଦ କେତେ ଯେ ଯନ୍ତ୍ରଣା

ନିରାଶାର ଅଳନ୍ଧୁ ଆଉ 

ବିଫଳତାର ଅବ୍ୟକ୍ତ କାନ୍ଦଣା

ବିବେକର ଆଲୋକ ରେ ଭଲକରି ଖୋଜିଖୋଜି

କୋଣ ଅନୁକଣେ ଜମି ରହିଥିବା

ଯାହା କିଛି ମାନସିକ ବର୍ଜ୍ୟବସ୍ତୁ ଅଛି

ସବୁ କିଛି କାଢ଼ିଦେଇ ସଫା କରିଦେବା

ଚାଲ ଥରେ ନିଜକୁ ଖୋଜିବା ।


ଆଉ ଖୋଜିବାକୁ ହେବନାହିଁ,

ନିଜକୁ ନିଜର ଭିତରେ

ଜୀଵନ ସାରା ଦର୍ପଣ ପୋଛି ପୋଛି 

ଯାହା କିଛି ଦିଶୁନଥିଲା,

ଏବେ କିନ୍ତୁ ସବୁ ଦିଶେ ସ୍ଵଛ ହୃଦୟରେ

ପ୍ରତିଫଳିତ ହୁଏ ନିଜର ବାସ୍ତବ ପ୍ରତିବିମ୍ବ

ବାସ୍ତବ 'ମୁଁ' ର ହୁଏ ଦିବ୍ୟ ଆବିର୍ଭାବ

ସେଥିରେ ନା ଥାଏ ଅହଂତ୍ୱର ଗନ୍ଧ

ଥାଏ କିନ୍ତୁ ନିଜକୁ ନିଜେ ଚିନ୍ହିବାର ଅପୂର୍ବ ଆନନ୍ଦ

ଆବଶ୍ୟକ ପଡେନାହିଁ ଆଉ କାହା ଆଖିରେ

ପରଖିବାକୁ ନିଜର ସୌନ୍ଦର୍ଯ୍ୟ

ବା ପ୍ରମାଣିତ କରିବାକୁ ନିଜର ସାମର୍ଥ୍ୟ,

ଆକାଂକ୍ଷା ନଥାଏ କରିବାକୁ ତୁଳନା ଅପରର ସାଥେ

ଇଛା ଖାଲି ରହିଥାଏ ଦେଖିବାକୁ ନିଜର ଚେହେରା

ଖୋଲି ନିଜ ଅନ୍ତରଚକ୍ଷୁ ବିବେକ ଅଲୋକେ

ଏବେ ଆସ ନିସଙ୍ଗର ସଙ୍ଗ ଲଭିବା

ଆଉ ଯେତେ ସଙ୍ଗ ଭୁଲି ଅନ୍ତରେ ବୁଡିବା

ଚାଲ ଥରେ ନିଜକୁ ଖୋଜିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract