STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ନିଜକୁ ଖାଣ୍ଟି ଓଡ଼ିଆ କହିବ

ନିଜକୁ ଖାଣ୍ଟି ଓଡ଼ିଆ କହିବ

1 min
449


      

ମୁଁ ଓଡ଼ିଆ ମୁଁ ଓଡ଼ିଆ ବୋଲି

ମିଛରେ ଭାଷଣ ମାରନ୍ତି

ନିଜ ମାତୃଭାଷା ପଛରେ ପକେଇ

ବିଦେଶୀ ଭାଷାକୁ ଶିଖନ୍ତି........


ପିଲାଟି ବେଳରୁ ନିଜର ଛୁଆକୁ

ବିଦେଶୀ ସ୍କୁଲରେ ପଢ଼ାନ୍ତି

ଅ ଆ ଇ ଈ କୁ ପଛରେ ପକେଇ

A B C D E ଶିଖାନ୍ତି....


ନିଜ ମାତୃଭାଷା କହିବାକୁ ଲାଜ

ବିଦେଶୀ ଭାଷାକୁ ରାଵନ୍ତି

ବିଦେଶୀ ଭାଷାକୁ ଆପଣାର କରି

ମନେ ମନେ ଗୂଡ଼ ଖାଆନ୍ତି......


ଯେଉଁ ମାଟିରେ ଜନମ ହୋଇଲେ

ସେଇ ମାଟିକୁ ଭୁଲନ୍ତି

ବିଦେଶରେ ରହି ପରାଦେଶୀ ହୋଇ

ନିଜକୁ ଗର୍ବ କରନ୍ତି......


ବାପାଙ୍କୁ ଡାକନ୍ତି ଡାଡି ଡାଡି ବୋଲି

ମାଆ ଙ୍କୁ ମମି ଡାକନ୍ତି

ଭାଇଙ୍କୁ ଡାକନ୍ତି ବ୍ରୋ ବ୍ରୋ ବୋଲି

ଭଉଣୀ କୁ ସିସ ଡାକନ୍ତି


ଗୁରୁଙ୍କୁ ଡାକନ୍ତି ସାର ସାର ବୋଲି

ଗୁରୁ ମାଆଙ୍କୁ ମିସ କୁହନ୍ତି

ସାଙ୍ଗ କୁ ଡାକନ୍ତି ୟାର ୟାର ବୋଲି

ସ୍ତ୍ରୀ ଙ୍କୁ ମିସେସ କୁହନ୍ତି........


ଯାହା ଓଡ଼ିଆ ରେ ପଦେ କହିବେ

ଶହେ ରେ ନବେ ଭୁଲ

ଉତ୍କଳ ଦିବସ ମାନେ ଜାଣନ୍ତିନି

କୁହନ୍ତି ଏପ୍ରିଲ ଫୁଲ......


ବିଦେଶୀ ଭାଷାକୁ ପଢିବା ପାଇଁକି

କିଏ ତୁମକୁ ମନା କରୁଛି

ମାତୃଭାଷା କୁ ପଦେ କହିବାକୁ

ତୁମକୁ ବେଶିକଷ୍ଟ ଲାଗୁଛି


ଯେଉଁମାଟିରେ ଜନମ ହୋଇଲ

ତାକୁ ଯଦି ଘୃଣା କରିବ

ମନେ ରଖିଥିବ ମୋ ଓଡ଼ିଆ ଭାଇ

ସହିପାରିବନି ଦଇବ......


ମାତୃଭୂମି ମାତୃଭାଷାର ମମତା

ହୃଦୟରେ ଟିକେ ହେଜିବ

ନିଜକୁ ଓଡ଼ିଆ ଗର୍ବରେ କହି

ବନ୍ଦେ ଉତ୍କଳ ଜନନୀ ଗାଇବ


ଓଡିଶା ମାଟିର ଜନମ ହୋଇଛ

ଓଡ଼ିଶାର ଟେକ ରଖିବ

ତେବେ ଯାଇ ତୁମେ ଜଗନ୍ନାଥ ଧାମେ

ନିଜକୁ ଓଡ଼ିଆ କହିବ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational