Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Inspirational

3  

Debabrata Mishra

Inspirational

ନିଜ ସନ୍ଧାନରେ

ନିଜ ସନ୍ଧାନରେ

1 min
122


------#ନିଜ_ସନ୍ଧାନରେ-----

××××××××××××××××


ଜାଣିନି କିଏ ମୁଁ..!! 

କିଛି ହାଡ଼ କେଶ ନଖ ମାଂସଧାରୀ

ଓ ବାୟୁରେ ଜୀବିତ ମଣିଷ

ଅବା ଜନ୍ମଠାରୁ ମରଣଯାଏ ଘୁରୁଥିବା

ବୟସ ତୂଳୀରେ ରୂପରଙ୍ଗର ପରଶ  

ବଞ୍ଚିବାକୁ ଆସିଥିବା ଜୀବନଟିଏ

ଅବା ମରଣକୁ ଆଖି ଆଗରେ ରଖି

କର୍ତ୍ତବ୍ୟ କର୍ମକୁ ଏକ ନିର୍ଦ୍ଦିଷ୍ଟ ଅନୁପାତେ

ସଂପାଦନ କରୁଥିବା ନିଶ୍ୱାସ  


ଜାଣିନି କିଏ ମୁଁ..!! 

ସ୍ୱପ୍ନ ଦେଖିବାରେ ନିମଗ୍ନ ଦେହର ମନ

ଅବା ଇଛାକୁ ଦାସ କରାଇ

ବିବେକକୁ ବାରବାର ଜାଳୁଥିବା

ଶୀତଳ ଜୀବନ ସାହିତ୍ୟର ଦ୍ୱନ୍ଦ ସମାସ  

ଜଗତକୁ ସୃଷ୍ଟି କରିଥିବା ପରମେଶ୍ୱର

ହସଲୁହ ସୁଖଦୁଃଖ ପ୍ରକୃତି ଗଢିଥିବା

ଈଶ୍ୱରଠୁ ଦୂରେଇ ଯାଇ

ଈଶ୍ୱର ନିକଟକୁ ଯିବାକୁ ଉଦ୍ୟତ ପ୍ରୟାସ  


ଜାଣିନି କିଏ ମୁଁ..!! 

ଅଜ୍ଞାନର ଅମା ଛାଇର ଇଲାକାରେ

ଆଲୋକର ଦୀପ ଅପେକ୍ଷାରେ

ସକାଳ ସୂର୍ଯ୍ୟଠୁ ରାତ୍ରିର ଚନ୍ଦ୍ରମା ଯାଏ

ଜଣେ ପାଗଳର ଆତ୍ମବିଶ୍ୱାସ  

ଅବା ଶବ୍ଦକୁ ଭୋଜନ କରି 

ପେଟ ଭୁଲି ମନ ଭର୍ତ୍ତି କରୁଥିବା

କବିତା ଲେଖିବା ଚେଷ୍ଟାରେ

ବାରବାର ହାରି ପୁଣି କଲମର ହତାଶ 


ଜାଣିନି କିଏ ମୁଁ..!!

ଜୀବନ ପାଠକୁ ଅଧା ଅଧା ବୁଝିଥିବା

ବିପରୀତ ସମାଜ ରାସ୍ତାରେ ଚାଲିବାର

ବ୍ୟର୍ଥ ଚେଷ୍ଟା କରୁଥିବା ଅସ୍ୱୀକାର୍ଯ୍ୟ ସାହସ  

ଅବା ଜୀବନକୁ ବଞ୍ଚିବାକୁ ଡ଼ରୁଥିବା

ଦୁର୍ବଳ ମରଣକୁ ସଦା ଜୀଉଁଥିବା 

କାନ୍ଦ ଲୁଚାଇ ହସ ଲେଖୁଥିବା

ମନ ଭିତରର ଲୋହିତ ରକ୍ତାକ୍ତ ଆକାଶ। 



Rate this content
Log in

Similar oriya poem from Inspirational