STORYMIRROR

Jayashree Maharana

Abstract

3  

Jayashree Maharana

Abstract

ନିଜ ହସ୍ତେ ନିଜ ରକ୍ଷା

ନିଜ ହସ୍ତେ ନିଜ ରକ୍ଷା

1 min
11.3K

କରୋନାର ଆତଙ୍କରେ ଆତଙ୍କିତ ବିଶ୍ୱ

ଶ୍ରେଷ୍ଠ ମଣିଷକୁ କରେ ତା'ର କୋପେ ନାଶ ।


ଚତୁର୍ଦ୍ଦିଗ ହାହାକାର ଜନଶୂନ୍ୟ ପଥ

ଗୃହବନ୍ଦୀ ହୋଇ ରକ୍ଷା ପାଇଯିବ ସତ୍ୟ ।


ଖଣ୍ଡ ଖଣ୍ଡ ତିନିଖଣ୍ଡ ସମଗ୍ର ଭୂଖଣ୍ଡ

ନାଲି ,ହଳଦୀ,ସବୁଜ ଇଲାକାର ଦଣ୍ଡ ।


କରୋନା ଆକ୍ରାନ୍ତ,ମୃତ ଅତ୍ୟଧିକ ଯହିଁ

ନାଲିଆ ପତାକା ଉଡେ ଫରଫର ତହିଁ ।


ସହିହେଉନାହିଁ ଜମା ଲୋକଙ୍କ ଯାତନା

ସତର୍କ ରହିବା ପାଇଁ ଦେଉଛି ସୂଚନା ।


ଛୁଇଁନାହିଁ ଯେଉଁ ସ୍ଥାନେ କରୋନାର ଭୟ

ସବୁଜ ପତାକା ତହିଁ ଲଭିଛି ବିଜୟ ।


ବିପଦରୁ ଦୂରେ ରହି ଜନସାଧାରଣ

ପ୍ରଶାନ୍ତିରେ କରୁଛନ୍ତି ଜୀବନଯାପନ ।


ଯେଉଁ ଅଞ୍ଚଳରେ କାୟା ବିସ୍ତାରୁଛି ଧୀରେ

ପତାକା ନଜର ଦିଶେ କମଳା ରଙ୍ଗରେ ।


ସତର୍କ ନହେଲେ ଦଶା ହେବ ଭୟଙ୍କର

ନିଜ ହସ୍ତେ ନିଜ ରକ୍ଷା ଭାବିଚିନ୍ତି କର ।


ସଙ୍ଗରୋଧ ଦୂରତ୍ୱର ନିୟମକୁ ମାନି

କରୋନାକୁ ପୃଥିବୀରୁ ପାରିହେବ ଜିଣି ।


ସ୍ୱଚ୍ଛତା ଉପରେ ଧ୍ୟାନ ଦେଲେ ନିରନ୍ତର

କରୋନା ହାରିବ ନିଶ୍ଚେ ହସିବ ସଂସାର ।



Rate this content
Log in

Similar oriya poem from Abstract