STORYMIRROR

Dharitri Das

Abstract Inspirational Children

4  

Dharitri Das

Abstract Inspirational Children

ନୀତି,ନିୟମ ଓ ଅନୁଶାସନ

ନୀତି,ନିୟମ ଓ ଅନୁଶାସନ

1 min
238

.  

ସାମାଜିକ ପ୍ରାଣୀ ବଞ୍ଚିବାକୁ ପୁଣି

ମାନିବାକୁ ହୁଏ ନୀତି ନିୟମ

ସାଧୁ ସଂଥଗଣ ଗଢନ୍ତି ନିୟମ

ସୁଖେ ବଞ୍ଚିବାକୁ ଏ ଧରାଧାମ (୧)

ଶେଯ ତ୍ୟାଗଠାରୁ ଶୟନ ପର୍ଯ୍ୟନ୍ତେ

ଯେଉଁ ଜନ ପାଳେ ଅନୁଶାସନ

ଅମାପ ଶକତି ବଇଭଵ ଶାନ୍ତି

ଭୋଗକରେ ହୋଇ ନିରୋଗ ଜାଣ।(୨)

ଲଭଇ କରୁଣା ହୁଏ ନାହିଁ ବଣା

ଚଲାପଥ ହୁଏ ତା କୁସୁମିତ

ବୁଦ୍ଧି ଦିବ୍ୟଜ୍ଞାନ  ହୁଏ ଅରଜନ

ଘୁଂଚିଯାଏ ଭୟ ଭ୍ରାନ୍ତି ଶତତ।(୩)

ନିୟନ୍ତ୍ରଣ ଆସେ ଜୀବନଟା ହସେ

ନିଷ୍କ୍ରିୟତା ମନୁ ଯାଏ ଦୂରେଇ

ସଫଳତା ସିଢି ଯାଏ ଚଢି ଚଢି

ଦୁଃଖ କଷଣ କେବେ ନ ଆସଇ।(୪)

ସମାଜ ଗଠନ ଜାତିର ଉତ୍ଥାନ

ନୀତି ନିୟମରେ ହୋଇଛି ବନ୍ଧା

ବିଶୃଙ୍ଖଳା ଭାବ ହୁଏନି ଉଦ୍ଭବ

ଅନୁଶାସନ ରେ ଚାଲିଲେ ସଦା।(୫)

ସୁନାର ସଂସାର ହୁଅଇ ନିର୍ମାଣ

ମରତ ହୁଅଇ ସରଗପୁରୀ

ଖିଲି ଖିଲି ହସ ଫେଡେ ଅବସୋସ

ଭରିଯାଏ ପ୍ରାଣେ ଅପୂର୍ବ ଶିରୀ।(୬)



Rate this content
Log in

Similar oriya poem from Abstract