Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Inspirational

3  

Dharitri Das

Inspirational

ନୀତି ନିୟମ ଓ ଅନୁଶାସନ

ନୀତି ନିୟମ ଓ ଅନୁଶାସନ

1 min
160


ସମାଜେ ସାମାଜିକ ହୋଇଣ ପ୍ରାଣୀ

ନୀତି ନିୟମ ମାନି ଚଳିବ ପୁଣି ।

ଚାଣକ୍ୟ ଆଦି ମହାମାନବ ଗଣ 

ଗଢିଅଛନ୍ତି ନୀତି ନିୟମ ମାନ ।

ସେହି ନୀତି ନିୟମେ କଲେ କରମ 

ଲଭେ ମନୁଷ୍ୟ ଶାନ୍ତି ପୂଣ୍ୟ ଧରମ ।

ଶଯ୍ୟା ତ୍ୟାଗରୁ ଶଯ୍ୟା ଧରିବାଯାଏ

ସମାଜେ ନିୟମକୁ ପାଳଇ ଯିଏ ।

ସବୁଠାରୁ ବୁଦ୍ଧିଆ ଅଟଇ ସିଏ

ସୁଖ ଶାନ୍ତିରେ ଦିନ କଟାଇ ଦିଏ ।

ଭାରତୀୟ ଶାସ୍ତ୍ରରେ ହୋଇଛି ଖୁନ୍ଦି

ନାନା ପ୍ରକାର ନୀତି ନିୟମ ବିଧି।

ମାନି ଚଳିଲେ ନିଶ୍ଚେ ମିଳେ ସୁଗତି

ଏହା ତ ଆମ ଅନୁଶାସନ ନୀତି ।

ଅନୁଶାସନେ ବ୍ୟକ୍ତି ନିୟନ୍ତ୍ରଣରେ

ଏଥିରୁ ବିଚ୍ୟୁତ ନିଷ୍କ୍ରୟ ସଂସାରେ ।

କଠୋରତା ବହୀନ ଆନୁଶାସନ

ସଫଳ ହୁଏ ନାହିଁ ଏହି ଜୀବନ ।

ନିୟମ ପାଳିବାକୁ ଦିଅଇ ଶିକ୍ଷା

ଜୀବନକୁ ଦେଇଣ ଥାଏ ସୁରକ୍ଷା ।

ସମାଜର ସୁପରିଚାଳନା ପାଇଁ

ନୀତିନିୟମ ପ୍ରଣୟନ ହୁଅଇ ।

ନିୟମ ଭଙ୍ଗ କଲେଟି ଜାଣିଥାଅ

ସଂସାରେ ବିଶୃଙ୍ଖଳା ଲାଗେ କଳହ ।

ଆସ ଭାଇ ଭଉଣୀ ଆସ ସଭିଏଁ

ମିଶି ଗଢିବା ସୁନା ସଂସାରଟିଏ ।

ନୀତି ନିୟମ ଅନୁଶାସନ ମାନି

ଚଳିବା ସଂସାରରେ ହୋଇଣ ଜ୍ଞାନୀ ।



Rate this content
Log in

Similar oriya poem from Inspirational