STORYMIRROR

Manaswini Dash

Inspirational

3  

Manaswini Dash

Inspirational

ନୀରବତା

ନୀରବତା

1 min
61

ଦିନେ ଆଖି ମାଖିଥିଲା ଉନ୍ନତିକୁ ନିମନ୍ତ୍ରଣ କରିବାର ସ୍ବପ୍ନ 

ହୃଦୟ ଚାହୁଁଥିଲା ସମସ୍ତଙ୍କର ଆଲିଙ୍ଗନ 

ମନ କଲ୍ପନାକରୁଥିଲା ସମାଜରେ ସ୍ୱତନ୍ତ୍ର ପରିଚୟ 

ସବୁଆଡେ ଗୋଟେଇବାକୁ କୋଳାହଳ, ଆତ୍ମପ୍ରଶଂସା 

ଆଉ ନିଜତ୍ବ ଦେଖେଇବାର ଏକ କୋମଳ ଅଭିମାନ 

ମାତ୍ର ; ସଵୁଯେମିତ ଧରାଶାୟୀ 

ଚାରିଆଡେ ନୀରବତା ଆଉ ଶୂନ୍ୟତା 

ପୃଥିବୀ ଯେମିତି ଆଜି ମନ ଖୋଲି ନିଶ୍ୱାସ ନେଉଛି 

ଦିଗନ୍ତବିସ୍ତାରୀ ସୁନୀଳ ଆକାଶକୁ ଚାହିଁ 

ନାହିଁ ମଣିଷର ପାଦ ଚି଼ହ୍ନ, ନାହିଁ କାହାରି ଆଲିଙ୍ଗନ 

ସବୁଆଡେ ଖାଲି ବିଷାଦ ଜର୍ଜରିତ ଆର୍ତ୍ତନାଦ 

ସବୁ ମୁହୂର୍ତ୍ତରେ ମୃତ୍ୟୁକୁ ଆବିଷ୍କାର କରିବାର ଆତଙ୍କ 

ଲକଡାଉନର ଯନ୍ତ୍ରଣା ଯେମିତି ଲୁଟିନେଇଛି 

ସବୁ ସ୍ବପ୍ନ, ଆଶା ଆଉ ଅଭିମାନକୁ 

ସର୍ବତ୍ର କେବଳ ଶୂନ୍ୟବଳୟ 

ବନ୍ଦୀ ଭଳି ନିର୍ବାସିତର ଜୀବନ ବିତାଉଥିବା ପ୍ରାଣୀମାନେ 

ବୁଝାଇଦେଲେ କର୍ମର ଫଳ ସର୍ବଦା ଭୋଗିବାକୁ ପଡେ 

ଏଇଟାହିଁ ଜଟିଳ ଜୀବନର ସରଳ ସୂତ୍ର 

ଏତିକି ନିର୍ଦ୍ୱନ୍ଦରେ ସ୍ୱୀକାର କରିହେବ ଯେ 

ଲକଡାଉନର ନୀରବତା ନିଜକୁ ଆତ୍ମବିଶ୍ଳେଷଣର ଏକ ସୁଯୋଗ ଦେଇଛି 

ତେଣୁ ନିଜକୁ ପରିବର୍ତ୍ତନ କରିବାର ସମୟ ଆସିଛି 

ତାକୁ ଆଲିଙ୍ଗନ କରିବାରେ ହିଁ ମଙ୍ଗଳ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational