Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Children

3  

Bidutprabha Mishra

Inspirational Children

ନୀରବତା

ନୀରବତା

1 min
146



ନୀରବତା ଏକ ଭଲ ଗୁଣଟିଏ

ମାନବମାନଙ୍କ ପାଇଁ 

ନୀରବ ଗମ୍ଭୀର ଚରିତ୍ର ସର୍ବଦା

ସମ୍ମାନ ଥାଆନ୍ତି ପାଇ l


ନୀରବତା ରକ୍ଷା କରିବା ବଳରେ

ଅଶାନ୍ତି ହୁଅଇ ଦୂର 

ଅଯଥା କଳହ ଆଦିରୁ ସଭିଏଁ

ପାଇ ଥାଆନ୍ତି ନିସ୍ତାର l


ନୀରବ ରହିଲେ ଜୀବନେ ଅଧିକ 

ଜ୍ଞାନର ବିକାଶ ହୁଏ 

ଅନ୍ୟ ଠାରୁ ଶୁଣି ଧୀରେ ସ୍ଥିରେ ବୁଝି

ଠିକ ଭୁଲ ଜାଣି ନିଏ l


ନୀରବତା ଆମ ଚିତ୍ତ ସ୍ଥିର କରେ

କ୍ରୋଧକୁ ଦମନ କରେ 

ଶାନ୍ତ ଶିଷ୍ଟ ଜନ ଆଦର ପାଆନ୍ତି

ତେଣୁ ସମାଜ ମଧ୍ୟରେ l


ଅନ୍ୟାୟକୁ ଦେଖି ନୀରବ ରହିବା

କଦାପି ଉଚିତ ନୁହେଁ 

ଯଥାର୍ଥ ଯୁକ୍ତିରେ ପ୍ରତିବାଦ ସ୍ୱର 

ଉଚିତ ଯେ ହୋଇଥାଏ l


ଜ୍ଞାନୀ ଗୁଣୀ ଜନ ନମ୍ର ଓ ନୀରବ

ରହିଥାନ୍ତି ସଦାକାଳେ 

ମଥାଟି ଆମର ନତ ହୋଇଯାଏ

ତାଙ୍କରି ଚରଣ ତଳେ ll



Rate this content
Log in

Similar oriya poem from Inspirational