STORYMIRROR

ମହାଗାଲୁଆ ସନୁ

Inspirational

3  

ମହାଗାଲୁଆ ସନୁ

Inspirational

ନୀରବତା

ନୀରବତା

1 min
13.3K


ନୀରବତା ଟି ଲହଡି ମାରୁଛି ଏହି ଛାତି ଭିତରେ,
କହିବ କହିବ ହଉଛି,
ପୁଣି ନ କହି ରହି ଯାଉଛି,
ଜାଣେନି କଣ ପାଇଁ ଏ ନୀରବତା ।୧।

ବେଳେ ବେଳେ ଲାଗେ ବଢି ଯାଇଛି ସ୍ପନ୍ଦନ,
ଭାରି ଅବୁଝା ହୁଏ ମନ,
ଏଣୁ ତେଣୁ ଗୁଡ଼ାଏ ଭାବି ଶାନ୍ତ କରେ,
ଆଉ କୁହେ ରହିଯା ,
ଯଦି ବାହାରି ଯିବୁ ହଜିଯିବ ତୋ କ୍ଷମତା ।୨।

ଆଖି ଖୋଲି ବି ସ୍ୱପ୍ନ ଆସେ କଣ ସେ ବୁଝେ,
ଖାଲି ଏକ ଗଳ୍ପ ପରି ଲାଗେ,
ଲାଗେ ଯେମିତି କୁନି ଛୁଆଟି ଅଝଟ କରୁଛି,
କହୁଛି ସେଇଟା ଖାଲି ମୋର,
ବୁଝି ହୁଏନି ଏଇଟା ଛଳନା କି ମଧୁରତା ।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational