STORYMIRROR

Tapaswini DashSarangi

Abstract Fantasy Others

3  

Tapaswini DashSarangi

Abstract Fantasy Others

ନୀରବ ପ୍ରଶ୍ନ

ନୀରବ ପ୍ରଶ୍ନ

1 min
45

ମନରେ ଅଜଣା ଡରର ବୁଢିଆଣୀ

ଜାଲରେ ଛଟପଟ ହୋଇଯାଏ

ଛୋଟିଆ ପ୍ରାଣ ପିଣ୍ଡଟି

କୋକୁଆ ଭୟର ଶକ୍ତ ରଜ୍ଜୁ ବନ୍ଧନରେ

ବିତସ୍ପୃହ ହୋଇ କହି ଉଠେ

ଏ କଣ ଜୀବନର ଅର୍ଥ?

ଏ କଣ ଜିଇଁବାର ଉଦ୍ଦେଶ୍ୟ?

ଯଦି ଉତ୍ତର ଆସେ ନା...

ତାହେଲେ ଆଉ କିଛି ପ୍ରଶ୍ନ

କିଏ ଏ ଅଦେଖା ଆତତାୟୀ

କିଏ ଏ ଅଦୃଶ୍ୟ ଆତଙ୍କୀ?

ହୁଏତ ସଭିଏଁ ନିରୁତ୍ତର!

ଭୀତି ଆଉ ମତି ଉଭୟ

ଆଜି ସେ ଡର ପାଖେ ନତମସ୍ତକ।

ବାସ୍ ଏତିକି ବୁଝିଯାଏ ଏ ଆତ୍ମା

ସାମାଜିକ ଦୂରତ୍ଵ ଏହାର ମିମାଂସା

ହେଲେ ଯେଉଁଠି ମନର ଦୂରତା

ଯେଉଁଠି ହୃଦୟର ଦୂରତା

ଯେଉଁଠି ସମ୍ପର୍କରେ ଦୂରତା ତିଷ୍ଠି ରହିଛି ।

ସେଠାରେ ଏ ସାମାଜିକ 

ଦୂରତା ପୁଣି ଆସିଲା କୁଆଡୁ?

ଏ ଆତତାୟୀ କଣ ଏକ ବାହାନା

ଏ ଆତଙ୍କ କଣ ଏକ ଛଳନା?

ଯଦି ହଁ ତେବେ ଏହା ମିମାଂସିତ 

ହେଉନାହିଁ କାହିଁକି?

ଶେଷରେ ଗୋଟିଏ ଉତ୍ତର ମନକୁ

ସମ୍ଭାଳି ନିଏ ସବୁରି ମୂଳରେ ସଂଯମତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract