ନୀରବ ପ୍ରଶ୍ନ
ନୀରବ ପ୍ରଶ୍ନ


ମନରେ ଅଜଣା ଡରର ବୁଢିଆଣୀ
ଜାଲରେ ଛଟପଟ ହୋଇଯାଏ
ଛୋଟିଆ ପ୍ରାଣ ପିଣ୍ଡଟି
କୋକୁଆ ଭୟର ଶକ୍ତ ରଜ୍ଜୁ ବନ୍ଧନରେ
ବିତସ୍ପୃହ ହୋଇ କହି ଉଠେ
ଏ କଣ ଜୀବନର ଅର୍ଥ?
ଏ କଣ ଜିଇଁବାର ଉଦ୍ଦେଶ୍ୟ?
ଯଦି ଉତ୍ତର ଆସେ ନା...
ତାହେଲେ ଆଉ କିଛି ପ୍ରଶ୍ନ
କିଏ ଏ ଅଦେଖା ଆତତାୟୀ
କିଏ ଏ ଅଦୃଶ୍ୟ ଆତଙ୍କୀ?
ହୁଏତ ସଭିଏଁ ନିରୁତ୍ତର!
ଭୀତି ଆଉ ମତି ଉଭୟ
ଆଜି ସେ ଡର ପାଖେ ନତମସ୍ତକ।
ବାସ୍ ଏତିକି ବୁଝିଯାଏ ଏ ଆତ୍ମା
ସାମାଜିକ ଦୂରତ୍ଵ ଏହାର ମିମାଂସା
ହେଲେ ଯେଉଁଠି ମନର ଦୂରତା
ଯେଉଁଠି ହୃଦୟର ଦୂରତା
ଯେଉଁଠି ସମ୍ପର୍କରେ ଦୂରତା ତିଷ୍ଠି ରହିଛି ।
ସେଠାରେ ଏ ସାମାଜିକ
ଦୂରତା ପୁଣି ଆସିଲା କୁଆଡୁ?
ଏ ଆତତାୟୀ କଣ ଏକ ବାହାନା
ଏ ଆତଙ୍କ କଣ ଏକ ଛଳନା?
ଯଦି ହଁ ତେବେ ଏହା ମିମାଂସିତ
ହେଉନାହିଁ କାହିଁକି?
ଶେଷରେ ଗୋଟିଏ ଉତ୍ତର ମନକୁ
ସମ୍ଭାଳି ନିଏ ସବୁରି ମୂଳରେ ସଂଯମତା।