STORYMIRROR

Satyanarayan Sahoo

Abstract Action

4  

Satyanarayan Sahoo

Abstract Action

ନୀରବ ପ୍ରଶ୍ନ

ନୀରବ ପ୍ରଶ୍ନ

1 min
399


ଭାବନା ନିମଗ୍ନ ମନ ପ୍ରାଣ ହୋଇ

ବୁଡି ରହି ଭାବନାରେ

ଅପସଂସ୍କୃତିର ଧାରା ଜାରି ଦେଖି

ଆଘାତ ପ୍ରାପ୍ତ ପ୍ରାଣ ରେ ।


ଆଜିର ସାହିତ୍ୟ ସାଂସ୍କୃତିକ ଭାବ

 ମହତ୍ଵ ରକ୍ଷଣ ପାଇଁ 

କେତେ ଯେ ଭାବୁଛି ପ୍ରଶ୍ନ ପଚାରୁଛି

ମନରେ ଆଶଙ୍କା ବୋହି ।


ନୀରବ ଭାବରେ ମନରେ ବିଚାରେ

ପ୍ରଶ୍ନ ର ଉତ୍ତର ପାଇଁ 

କିଏ ଦେବ ମୋର ପ୍ରଶ୍ନ ର ଉତ୍ତର

ଆଶଙ୍କିତ ଯାଏ ହୋଇ ।


ଗଭୀର ବିଚାର ଆତ୍ମବିଶ୍ଳେଷଣ 

ପରେ କ୍ରମେ ଅନୁଭବ

କଲି ମୁଁ ଏହାର ପ୍ରକୃତ କାରଣ

ସମାଜ ବ୍ୟବସ୍ଥା ଦେବ ।


କାହିଁ କି ଦେବ ସେ କଅଣ କହିବ

ଅକ୍ଷୟ ମୁଖୀ ଭାବ

ଆଜି ର ସମାଜେ ଭର ପୁର ଏଥେ

ଅର୍ଥ କୁ ନେଇ ଗରବ ।


ଭରା ବର୍ଣ୍ଣନା ରେ ନୀରବ ନିସ୍ପନ୍ଦ

ହୃଦୟେ କରେ ବିଚାର

ଚିନ୍ତା କରି ଚାଲି ଥାଏ ନିତି ନିତି

କେ ଦେବ ଏହି ଉତ୍ତର ।


କେ ବୁଝିବ ମୋର ଅନ୍ତର ର ଭାବ

ଉତ୍ତର ବୁଝାଇ ଦେବ

ମନେ ଆଶ୍ଵସନା ପରାଣେ ସାନ୍ତ୍ଵନା

ଧାରା ବରଷlଇ ଦେବ ।


Rate this content
Log in

Similar oriya poem from Abstract