STORYMIRROR

Lina Mohanty

Romance

3  

Lina Mohanty

Romance

ନୀରବ ପ୍ରେମ

ନୀରବ ପ୍ରେମ

1 min
281


କହି କହି ଥକିଗଲି ମୁଁ ମନକଥା

ନା କମିଥିଲା ଆମ ଦୂରତା

ନା କମିଥିଲା ମୋ ଵ୍ୟସ୍ତତା,,

ହେଲେ ସୃଷ୍ଟି ହେଲା ମୋ ମନରେ

ଗୋଟେ ଅଦୃଶ୍ୟ ନୀରବତା ।।


ଧୀରେ ଧୀରେ ମରିଗଲା ମନରୁ

ତୁମଠୁ କିଛି ପାଇବାର ଆଶା,

ଯେଉଁ ଆଶା ଆଣି ଦେଉଥିଲା

ପ୍ରତି ମୂହୁର୍ତ୍ତରେ ନିରାଶା ।।


ହଜେଇ ଦେଲି ମୁଁ ମୋ ସ୍ବପ୍ନ

ଯାହାକୁ ଦେଖି ଆଗକୁ ବଢ଼ିଥିଲି,,

ଭାଂଗିଗଲା ନିମିଷକେ ସବୁ

ପାଇଲିନି ଯାହା ଖୋଜୁଥିଲି ।।


ଭାଙ୍ଗିଗଲା ଦେଖୁ ଦେଖୁ

ମୋ ସପନର ବାଲିଘର,,

ଚୁରମାର ହେଇଗଲା ସବୁ

ବାକି ଯାହା ଆଶା ଜୀବନର ।।


ଏତିକି ଖାଲି ସାଇତିଛି

ହୃଦୟର ଗୋଟେ କୋଣରେ

ଆଉ ସେଇଟା ହେଉଛି

ତୁମ ପାଇଁ ମୋ ନୀରବ ପ୍ରେମ ।।


ଏମିତି ରହିଥିବ ସେ ନୀରବ

ପ୍ରତି ମୂହୁର୍ତ୍ତରେ ଅନୁଭବ କରିବ

ତୁମରି ପ୍ରତିଟି କଥା,,

ଆଉ ହେଇଯିବି ମୁଁ ଯେବେ

ସବୁଦିନ ପାଇଁ ନୀରବ

ନେଇଯିବି ସାଥୀରେ ସେ ନୀରବତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance