STORYMIRROR

Shiba Charan Mahapatra

Romance

2  

Shiba Charan Mahapatra

Romance

ନୀରବ ପ୍ରେମ

ନୀରବ ପ୍ରେମ

1 min
397

ସମ୍ମୋହନ ମନ୍ତ୍ରେ ମନ୍ତ୍ରିତ ହୋଇ

ତୁମକୁ ପାଇଲି ଭଲ

(ଏବେ)ଦିନେ ନ ଦେଖିଲେ ହସିପାରୁ ନାହିଁ 

ଏ ତୁମେ କଅଣ କଲ


(ତୁମ)ହସକୁ ଭାବିଲି ପାରିଜାତ ଫୁଲ

ରକ୍ତସ୍ନାତ ଓଠ ଧାର

ନୟନ ଯୁଗଳ ନୀଳହ୍ରଦ ଯେହ୍ନେ 

ଅକାତ ଗଭୀର ନୀର


ଘନକେଶ ଗୁଛ୍ଛ ଘନ ଘନସାର 

ପବନ ଦୋଳିରେ ଝୁଲେ

କେତେ ଯେ' ଭ୍ରମର ଭ୍ରମନ୍ତି ଭ୍ରମରେ

ବାସ୍ନାୟିତ ସେଇ ଫୁଲେ


ଜିଇଁଗଲି ବୋଲି ନୀଳକଣ୍ଠ ହେଲି

ମରିବାକୁ ଇଛା ଭାରି

(ସେ) ନୀରବ ପ୍ରେମର ନୀରବତା ପାଶେ

ପାରୁନି ଆଉ ପହଁରି


ଭିଜିବାକୁ ତିଳେ ସ୍ପୃହା ନାହିଁ ଚିତ୍ତେ 

ନୀରବ ଯମୁନା ନୀରେ

(ଦେଖ) ହୃଦୟ କୋରଡେ ଗୋପନେ କିପରି 

ତପ୍ତ ଶୋଣିତ ମୋ ଝରେ


ବୁଝି ମୁଁ ପାରେନି ଅବୁଝା ଏ ମନେ

ଝରିଯାଏ ଯାହା ରାତି

ଗୁମସୁମ୍ ଆଖି ଗୁପଚୁପ୍ ଓଠେ

ଅଧୂରା ନୀରବ ପ୍ରିତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance