Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

3  

Panchanan Jena

Inspirational

ନୀରବ ହତ୍ୟା

ନୀରବ ହତ୍ୟା

1 min
165



ବେଶି ସୁରକ୍ଷା ବଳୟ ଭିତରେ

ଅସୁରକ୍ଷାର ତିମିର

ତାରବାଡ ପାଚେରି ମଧ୍ୟରେ

ଅବ୍ୟବସ୍ଥାର ଗାଢ ଅନ୍ଧାର

କ୍ୟାମେରା ଡ୍ରୋନ୍ ଜୋନରେ

କ୍ଷୀଣକାୟ ଥନ୍ତଲା ପଞ୍ଜର 

   

 ବିଚରା ନିରିହ ଜୀବଟା ପଶୁଟା

ଚିଡିଆଖାନାର ଅପନ୍ତରା 

କୋଣରେ କୋଣଠେସା 

ଭୋକିଲା ଶୋଷିଲା ଦିଶେ 

ଜଙ୍ଗଲି ସାଜିଛି ପୋଷା ଲୋକହସା

ଅଣନିଶ୍ୱାସୀ ଲାଗେ 

ପଥର ଗୋଡି ଫୋପଡ଼ା ଖାଇ

ଦାନ୍ତ ନେଫାଡି ହେଣ୍ଟାଳ ଦାଗେ


ଜୀବେ ଦୟାର ନୀରବ ହତ୍ୟା

ମାନବବାଦର ଫମ୍ପା ଡେଙ୍ଗୁରା 


ମୋ ମତରେ

ପ୍ରକୃତି କୋଳରେ ଛାଡିଦିଅ

ସ୍ଵାଧୀନ ଆଚାର ଆଚରଣେ 

 ବଞ୍ଚୁ ସ୍ଵାଭାବିକ

ଦୌଡ଼ୁ ସାମରିକ

ଲଙ୍ଘୁ ଆସୁରିକ

ଜଙ୍ଗଲୀ ହେଇଯାଉ ଆଉ ଥରେ

ମଣିଷ ବି କଭ ଗୁଣରେ

ଜଙ୍ଗଲୀ ନୁହେଁ କି ?


କମ୍ ସେ କମ୍ 

ଜଳ ମଣ୍ଡଳ ବାୟୁମଣ୍ଡଳ

ମୃଦା ମଣ୍ଡଳ

ସର୍ବୋପରି ଜୀବମଣ୍ଡଳ

ଅମ୍ଳଜନ ଦେଉ

ଅଙ୍ଗାରକାମ୍ଳ କମଉର ଚକ୍ରରେ

ଆତଯାତ ହେବ

ନୀରବ ହତ୍ୟାର ଷଡ଼ଯନ୍ତ୍ରରୁ

ବର୍ତ୍ତିଯିବ ବଞ୍ଚିଯିବ ଏ ଜଗତ ।


Rate this content
Log in

Similar oriya poem from Inspirational