STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଭଲା ମୋବାଇଲ ଭଲା

ଭଲା ମୋବାଇଲ ଭଲା

1 min
132

  

  ଭଲା ମୋବାଇଲ ଭଲା

  ସାରା ଦୁନିଆକୁ ପାଗଳ କଲାରେ

  ଟେଲିଫୋନ ଶୋଇଗଲା

 

 ଟେଲିଫୋନ ଥିଲା ସଭିଙ୍କୁ ସପନ

 ରଖୁଥିଲେ ଥିଲା ବାଲା

 ମୋବାଇଲ ଫୋନ୍ ସଭିଙ୍କ ହାତରେ

  ଧନୀ କି ଗରିବ ଭଲା

   

  ଟେଲିଫୋନ ପାଇଁ କାହିଁ କେତେ ଦୂରୁ

   ଟଣା ହେଉଥିଲା ତାର

   ଗୋଟିଏ ଯାଗାରେ ରଖି ତାକୁ ଲୋକେ

   କରୁଥିଲେ କାରବାର

  

   ମୋବାଇଲ କିନ୍ତୁ ବେତାର ଯନ୍ତ୍ର ଟି

   ସବୁରି ଜୀବନ ସାଥୀ

   ଯୁଆଡେ ଗଲେବି ଯେଉଁଠି ଥିଲେବି

   କାମକରେ ଦିନ ରାତି

   

   ଟେଲିଫୋନ ଖାଲି କଥାକୁହା ଯନ୍ତ୍ର

   ମୋବାଇଲ ବହୁମୁଖୀ

   ଟର୍ଚ୍ଚ, ରେଡିଓ ,ଟିଭି ଆଉ ନେଟ୍

   ହିସାବ ପାରିବ ରଖି

  

   କ୍ୟାମେରା ଏବେତ ସପନ ହେଲାଣି

   ଏଇ ମୋବାଇଲ ପାଇଁ

  ଫଟୋ ଉଠାଇବା ଭିଡିଓ କରିବା

   ସହଜରେ ଯାଏ ହୋଇ 


   ମୋବାଇଲରେ ଏବେ ଲେଖିବା ସହଜ

   ହେଉ ପଛେ ଯେଉଁ ଭାଷା

   ଅଜଣା ରାଇଜେ ଗଲାବେଳେ କାହିଁ

   ଦେଖାଇ ଦିଏ ସେ ଦିଶା


   ପିଲା ଠାରୁ ବୁଢା ଯାହାଙ୍କୁ ଦେଖିବ

   ମୋବାଇଲ ସବୁ ହାତେ

   ମୋବାଇଲ ବିନା ଆଜିକାଲି ଆଉ

   ଗତି ମୁକ୍ତି ନାହିଁ ସତେ


   ଖଟି ଜମୁନାହିଁ ଗପସପ କାହିଁ

    ମୋବାଇଲ କରେ ବାଇ

    ଯାହାକୁ ଦେଖିବ ସିଏ ବସିଥିବ

    ମୋବାଇଲ କୁ ତାର ଚାହିଁ


    ଛୁଆ ପାଇଁ ମାଆ ଡାକୁନାହିଁ ଆଉ

    ଆ ଜହ୍ନ ମାମୁଁ ଆ

   କୁହଇ ଧନରେ ମୋବାଇଲ ଦେଖି 

   ଭାତ ଗୁଣ୍ଡାଗୁଣ୍ଡା ଖାଆ


   କୋମଳମତି ଙ୍କୁ ମୋବାଇଲ ଆଜି

  ପିରତି ପାଗଳ କରେ

  ପ୍ରେମ ଇତିହାସ ପ୍ରେମର ଭୂଗୋଳ

  ଗପୁଗପୁ ରାତି ସରେ


  ମୋବାଇଲ ବିନା ଦୁନିଆ ଅନ୍ଧାର

   ଦଣ୍ଡେ ହେବ ନାହିଁ ଚଳି

   ମୋବାଇଲ ଯୋଗୁ ନୀରିହ ଜୀବନ

   କେତେବି ପଡୁଛି ଟଳି


   ବିଜ୍ଞାନ ର ଏହି ଅମୂଲ୍ୟ ଦାନର

   ଅପବ୍ୟବହାର କଲେ

   ସୁଖ ଠାରୁ ଦୁଃଖ ବଳେଇ ପଡିବ

   ଅବାଟରେ ଭାଇ ଗଲେ  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational