ଭଲା ମୋବାଇଲ ଭଲା
ଭଲା ମୋବାଇଲ ଭଲା


ଭଲା ମୋବାଇଲ ଭଲା
ସାରା ଦୁନିଆକୁ ପାଗଳ କଲାରେ
ଟେଲିଫୋନ ଶୋଇଗଲା
ଟେଲିଫୋନ ଥିଲା ସଭିଙ୍କୁ ସପନ
ରଖୁଥିଲେ ଥିଲା ବାଲା
ମୋବାଇଲ ଫୋନ୍ ସଭିଙ୍କ ହାତରେ
ଧନୀ କି ଗରିବ ଭଲା
ଟେଲିଫୋନ ପାଇଁ କାହିଁ କେତେ ଦୂରୁ
ଟଣା ହେଉଥିଲା ତାର
ଗୋଟିଏ ଯାଗାରେ ରଖି ତାକୁ ଲୋକେ
କରୁଥିଲେ କାରବାର
ମୋବାଇଲ କିନ୍ତୁ ବେତାର ଯନ୍ତ୍ର ଟି
ସବୁରି ଜୀବନ ସାଥୀ
ଯୁଆଡେ ଗଲେବି ଯେଉଁଠି ଥିଲେବି
କାମକରେ ଦିନ ରାତି
ଟେଲିଫୋନ ଖାଲି କଥାକୁହା ଯନ୍ତ୍ର
ମୋବାଇଲ ବହୁମୁଖୀ
ଟର୍ଚ୍ଚ, ରେଡିଓ ,ଟିଭି ଆଉ ନେଟ୍
ହିସାବ ପାରିବ ରଖି
କ୍ୟାମେରା ଏବେତ ସପନ ହେଲାଣି
ଏଇ ମୋବାଇଲ ପାଇଁ
ଫଟୋ ଉଠାଇବା ଭିଡିଓ କରିବା
ସହଜରେ ଯାଏ ହୋଇ
ମୋବାଇଲରେ ଏବେ ଲେଖିବା ସହଜ
ହେଉ ପଛେ ଯେଉଁ ଭାଷା
ଅଜଣା ରାଇଜେ ଗଲାବେଳେ କା
ହିଁ
ଦେଖାଇ ଦିଏ ସେ ଦିଶା
ପିଲା ଠାରୁ ବୁଢା ଯାହାଙ୍କୁ ଦେଖିବ
ମୋବାଇଲ ସବୁ ହାତେ
ମୋବାଇଲ ବିନା ଆଜିକାଲି ଆଉ
ଗତି ମୁକ୍ତି ନାହିଁ ସତେ
ଖଟି ଜମୁନାହିଁ ଗପସପ କାହିଁ
ମୋବାଇଲ କରେ ବାଇ
ଯାହାକୁ ଦେଖିବ ସିଏ ବସିଥିବ
ମୋବାଇଲ କୁ ତାର ଚାହିଁ
ଛୁଆ ପାଇଁ ମାଆ ଡାକୁନାହିଁ ଆଉ
ଆ ଜହ୍ନ ମାମୁଁ ଆ
କୁହଇ ଧନରେ ମୋବାଇଲ ଦେଖି
ଭାତ ଗୁଣ୍ଡାଗୁଣ୍ଡା ଖାଆ
କୋମଳମତି ଙ୍କୁ ମୋବାଇଲ ଆଜି
ପିରତି ପାଗଳ କରେ
ପ୍ରେମ ଇତିହାସ ପ୍ରେମର ଭୂଗୋଳ
ଗପୁଗପୁ ରାତି ସରେ
ମୋବାଇଲ ବିନା ଦୁନିଆ ଅନ୍ଧାର
ଦଣ୍ଡେ ହେବ ନାହିଁ ଚଳି
ମୋବାଇଲ ଯୋଗୁ ନୀରିହ ଜୀବନ
କେତେବି ପଡୁଛି ଟଳି
ବିଜ୍ଞାନ ର ଏହି ଅମୂଲ୍ୟ ଦାନର
ଅପବ୍ୟବହାର କଲେ
ସୁଖ ଠାରୁ ଦୁଃଖ ବଳେଇ ପଡିବ
ଅବାଟରେ ଭାଇ ଗଲେ