STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ରେ ସମୟ

ରେ ସମୟ

1 min
11.9K


ରେ ସମୟ

ନାହିଁ ତୋର ମୟା                     

ନାହିଁ ତୋର କାୟା

କେବେ ଢାଳୁନା ଲୁହ

ତୋର ନାହିଁରେ ମୋହ

ଏମିତି କଠୋର ସତେ                  

ତୋର ହୃଦୟ

ରେ ସମୟ


ହଜିଲା ଦିନର କାହାଣୀ ପେଡି

କାହାଣୀ ବଖାଣେ ବାଲିର ଘଡି

ଅଣଲେଉଟା ତୁ ରୁକୁଣା ରଥ               

ସାଇତି ରଖିଛୁ ଆମ ଅତୀତ

ତୋ ଗୀତ ଗାଇ ଯାଉଛି ବହି

ଅଫେରା ନଈର ଅବୁଝା ସୁଅ

ରେ ସମୟ


ଯେବେଠୁ ହେଲାଏ ଜଗତ ସୃଷ୍ଟି

ଚାଲିଛୁ ଚାଲିଛୁ ନପଡି ଝୁଣ୍ଟି

 ସବୁ ଦେଖୁ, ତୋତେ ହୁଏନି ଦେଖି

 ସୁଖ ଦୁଃଖ ର ତୁ ନୀରବ ସାକ୍ଷୀ

 ଖୋଜିଲେ ମିଳୁନା ଗଲେତୁ ହଜି

 ଭାରି ଅବୁଝା ତୋ ଅଲୁରା ଖିଅ

ରେ ସମୟ 


ଚାଲେ ଯେ ତୋ ସାଥେ ପାଦ ମିଳେଇ

ଜୀବନ ଯୁଦ୍ଧ ରେ ହୁଏ ବିଜୟୀ

ତୋ ମୂଲକୁ ଯିଏ ପାରେନି ବୁଝି

ତା ସୁଖ ସପନ ଯାଏରେ ହଜି

ଭାବିଲା ବେଳକୁ ବେଳ ନଥାଏରେ

ଲୁହ ଢାଳିବାଟା ତା ପାଇଁ ଥୟ

ରେ ସମୟ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational