STORYMIRROR

sudhakar sethi

Inspirational

3  

sudhakar sethi

Inspirational

ମା

ମା

1 min
11.9K


💥


କେମିତି କହିବି କିସବା ଲେଖିବି

ଦିଶିଯାଏ ଖାଲି ତ ମୁହଁ

ତ କଥା ଭାବିଲେ ଯାଏ ମୁଁ ଅଟକି

ଝରିପଡେ ଦିଟୋପା ଲୁହ


କର୍ମଜଞ୍ଜାଳ ଏମିତି ଘାରିଛି 

ନେଇଛି ତୋ ଠୁ ଦୁରେଇ

ତୋ ମମତାରୁ ବଞ୍ଚିତ ହୋଇ

ପରବାସେ ଅନ୍ତର କାନ୍ଦଇ


ହାତରନ୍ଧା ତୋର ଅମୃତ ସମ

ଝୁରି ହୁଏ ମୁଁ ନିଇତି 

ଗୋଟିଏ ମାଗିଲେ ଦିପଟ ମିଳଇ

 ଭୂଲିବି କହ କେମିତି


ତ ଡାକରେ ଭାଙ୍ଗେ ମୋ ନିଦ

ତଥାପି ଶୁଏ ଘୋଡିଘାଡି 

ଯନ୍ତ୍ରବତ୍ ଜୀବନ ଏମିତି ହୋଇଛି

ସରାଗ ନେଇଛି କେ ଭିଡି


ଘଣ୍ଟାର ତାଳ ସହ ଜୀବନ ବିତୁଛି

ହଜିଛି ସେ ମଧୁରତା 

ତ ଆକଟ ଥାଇ ପୋଖରୀ ଗାଧୁଆ

 ବିସ୍ମୃତି ଗରଭେ ସେ ସାଇତା


ମୋ ଦୁନିଆ ଆରମ୍ଭ ତୋ ଠାରେ

 ତୋଠି ପୁଣି ଶେଷ

ଯୋଉଠି ଦେଖିଲେ ଦିଶିଯାଏ 

ତୋ ହସ ହସ ମୂଖ


ପଣତ ତୋର ଜଗାର ନେତ

ଆଣି ଦିଏ ମନେ ଶାନ୍ତି

ହସ ହସ ବଦନ ଦେଖିଲେ ଥରେ

ଉଭେଇ ଯାଏ ସବୂ କ୍ଳାନ୍ତି 


ହାତ ଥୋଇଲେ ମୋ ମୁଣ୍ଡରେ

ମିଳଇ ସର୍ବ ସୁଖ

କୋଳରେ ତୋର ଗଲେ ନିଦ

ଉଭେଇ ଯାଏ ଦୁଃଖ


ମାଟି ପିଣ୍ଡୁଳାକୁ ଗଢି ତୋଳିଛୁ

ସେନେହ ଶରଧା ଦେଇ

ଜଗତ ଦେଖିଛି ନିଜ ପେଟ କାଟି

ଦେଇଛୁ ମୋତେ ଖୁଆଇ


ତୁ ମୋ ଜଗା ତୁ ମୋ ବଳିଆ

ତୁ ମୋ ସୁଭଦ୍ରା ମାତ

ତୋ ଛଡା ଆଉ ମୁକ୍ତି ନାହିଁ ମୋର

ନାହିଁ ମୋ ଆଦିଅନ୍ତ


ତୋଠୁ ସୃଷ୍ଟି ତୁ କଲୁ ପାଳନ

ମମତାର ମଧୁ ଦେଇ

ଜନମ ଜନମ ମିଳୂଥାଉ ତୁହି

କରୁଣା ବାରିଧି ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational