STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ମାଟି ମା' ମୋର ସୁନ୍ଦର

ମାଟି ମା' ମୋର ସୁନ୍ଦର

1 min
11.8K

ମୋ ଜନ୍ମ ଭୂମି ମାଟି ମାଆ କେଡେ ସୁନ୍ଦର

ଶୋଭା ସୁଷମାରେ ପୁରିତ ତନୁ

ସବୁଜ ବରଣା ସୁନ୍ଦର,

ମୋ ମାଟି ମାଆ କେଡେ ସୁନ୍ଦର ।।


ବନ ଉପବନ କୃଷି କ୍ଷେତ୍ର ହରେ ମନ

ପାଦପ ମୟ ୟେ ଶଶ୍ୟ ଶ୍ୟାମଳା 

ୟେ ସୁନ୍ଦର‌ ମୋର ଭୂଧର, ମୋ ମାଟି ମାଆ କେଡେ ସୁନ୍ଦର। ।।


ହିମାଳୟୁ ଝରେ ଧୁର୍ଜଟି ଜଟାରୁ ଗଙ୍ଗା

ପ୍ରସରି ଆସଇ ଅଳକା ନନ୍ଦା

ଫେନୀଳ ସୁନୀଳ ସୁନ୍ଦର,

 ମୋ ମାଟି ମାଆ କେଡେ ସୁନ୍ଦର ।।


କୃଷ୍ଣା ଯେ କାବେରୀ ମହାନଦୀ ଗୋଦାବରୀ 

ସୁନାବ୍ୟା ସୁନ୍ଦର ଲହରୀ ମାଳ

ସୁଧା ପୟୋ‌ ଧାର ଲହର, ମୋ ମାଟି ମାଆ କେଡେ ସୁନ୍ଦର ।।


କଳାମିଚି ମିଚି ରାଜପଥ ପ୍ରଲମ୍ବିତ

ଅଗମ୍ୟ ପଥରେ ହୁଏ ଧାବିତ

ଦିଶଇ ଭୁଜଙ୍ଗ ପ୍ରକାର,

 ମୋ ମାଟି ମାଆ କେଡେ ସୁନ୍ଦର ।।


ଚିର ହରିତ ବୃକ୍ଷ ଦୁଇ ପାର୍ଶ୍ଵେ ବେଷ୍ଟିତ

ଜଳାଶୟ ପାନ୍ଥଶାଳା ବସ୍ଥିତ 

ନାହିଁ କେହି ତା ପଟାନ୍ତର, ମୋ ମାଟି ମାଆ କେତେ ସୁନ୍ଦର ।।


ଅନେକ ପ୍ରାଣୀର ସମାହାରେ ମୋ ପୃଥୀବି

ରଜନୀ ରେ ଜହ୍ନ ଦିବସେ ରବି

ନିଦାଘ ବରଷା ଶିଶିର,

 ମୋ ମାଟି ମାଆ କେଡେ ସୁନ୍ଦର ।।


ବସନ୍ତେ ମଧୁରେ କୋଇଲି ଗାଏ କାନନେ

କୁକୁଟ କୁମ୍ଭାଟୁଆ ହୁଟ ତାନେ

ନୃତ୍ୟ ହଳଦୀବସନ୍ତ ର, ମୋ ମାଟି ମାଆ କେଡେ ସୁନ୍ଦର ।।


ନାନା ରଙ୍ଗ ବେରଙ୍ଗ ପୁଷ୍ପେ ପୁଷ୍ପ ବାଟିକା

କମନୀୟ ତା କାନ୍ତି ମନ ଲୋଭା

ଦୃଶ୍ୟ ପଟ କି ମନୋହର,

 ମୋ ମାଟି ମାଆ କେଡେ ସୁନ୍ଦର ।।


ବିସ୍ତିର୍ଣ୍ଣ ସପତ ସାଗର ବେଷ୍ଟିତ ମୋର

ରମଣୀୟ ଏ ଅଖଣ୍ଡ ଭୂଧର

ରୂପେ ଜିଣେ ଅଳକାପୁର, ମୋ ମାଟି ମା ବଡ ସୁନ୍ଦର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational