STORYMIRROR

Rojalin Mishra

Inspirational Others

3  

Rojalin Mishra

Inspirational Others

ଜୀବନ୍ତ ସାଥୀ-ପୁସ୍ତକ

ଜୀବନ୍ତ ସାଥୀ-ପୁସ୍ତକ

1 min
11.6K


ଅନେକ ପୁୁସ୍ତକ ଏକତ୍ର ହୋଇଣ

ସଜନ୍ତି ପୁସ୍ତକ ଭବନ,

ବହୁ ଜ୍ଞାନୀଙ୍କର ଜ୍ଞାନର ମହିମା

ତହିଁ ବିିଜେ ଚିରନ୍ତନ।।

ବହି ଠାରୁ ମିଳେ 

ଶିକ୍ଷ।, ସଂସ୍କାର ଓ ମନୋରଞ୍ଜନ,

ବହି ହିଁ ଦେଇଥାଏ

ଆତ୍ମତୃପ୍ତି ଓ ସ୍ୱର୍ଗ ରାଇଜର 

କୁବେରଙ୍କ ଧନ।।।

ଏହି ସୁପ୍ତ,ଚିର-ନିର୍ଲିପ୍ତ ଓ ପ୍ର।ଣହୀନ ବହି ଦେଇଥାଏ

ଆଗକୁ ବଢିବା ପାଇଁ ଉତ୍ସାହ ଓ ଉଦ୍ଦୀପନା,

ବହିିିର କଳା କଳା ଅକ୍ଷର ଗୁୁଡିକ 

କେବେ ମୂୂଲ୍ୟହୀନ ହୋଇପାରେନା।।

ବହୁ ଇତିିିହାସ ସୃଷ୍ଟିର ରହସ୍ୟ

କେତେ ବିଜ୍ଞାନର କଥା,

ପୁସ୍ତକେ ଲିିଖିତ ଏକାନ୍ତ ପ୍ରମାଣ

ଚିର ସ୍ମରଣୀୟ ଗାଥା।।

ପୁସ୍ତକାଗାର ଯେ ମନ୍ଦିର

ପୁସ୍ତକ ଅଟେ ଦେବତା,

ପୁସ୍ତକ ହିଁ ଦୂର କରି ଦିଏ

ମନର ସମସ୍ତ ବ୍ୟଥା ।।

ବହିିି ଉଷ୍ମୀତନ ଆଲିିଙ୍ଗନରେ

ଛୁଇଁ ହୁଏ ସରଗର ଚାନ୍ଦକୁ,

ବହିର ଅନନ୍ତ ପ୍ରେରଣାପଦ କଥାରେ

ତର୍ଜମା କରିହୁଏ ନିଜେ ନିିିଜକୁ।।

ଜୀବନେ କରିବ ଦୁଇ ଗୋଟି ବନ୍ଧୁ

ବୃକ୍ଷ ଓ ପୁୁସ୍ତକ ଜାଣ,

ଚିରହିତକାରୀ ଅଟନ୍ତିି ଏ ସାଥୀ

ମନେ ଘେନ ସୁୁଧୀ ଜନ।।

ପୋଥିଗତ ବିଦ୍ୟା ପର ହସ୍ତ ଧନ

ନିଜ ଆୟତ୍ତ ନୁହଁଇ,

ପୁସ୍ତକର ଜ୍ଞାନ କର ଆହରଣ

ଜିଜ୍ଞାସୁ ସାଧକ ହୋଇ।।

ନିଜ ଜ୍ଞାନ କଳା ସୃଜନୀ ଶକ୍ତିକୁ

ପୁସ୍ତକେ କର ରଂଚନ,

ପାଠକ ପଢ଼ିଣ ହେବେ ଉପକୃତ

ହେବେ କାଳଜୟୀ ବିଶ୍ୱ କୀର୍ତ୍ତିମାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational