STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ବିପଦ ବେଳର ସାଥି

ବିପଦ ବେଳର ସାଥି

1 min
277

      ଦେବ ଦୂତ ତୁମେ ବିଭୁଙ୍କ ବିଭୁତି

   ସେବାରେ ଜୀବନ ବ୍ରତୀ

   ପରଶରେ ତୁମ ରୋଗ ଉପଶମ

   ଯାତନା ରୁ ମିଳେ ମୁକ୍ତି


   ରୋଗୀ ଙ୍କ ପାଇଁକି ତୁମେତ ଈଶ୍ବର

   ରୋଗ ପାଇଁ ତୁମେ ଅରୀ

   ହେ ଡାକ୍ତର ତୁମେ ଭଙ୍ଗା ମନରେ

   ନୂଆ ଆଶା ଯାଅ ଭରି 


   ଷ୍ଟେଥୋସ୍କୋପ ତୁମେ ଗଳାରେ ଝୁଲାଇ

   ହୃଦୟ ସ୍ପନ୍ଦନ ମାପ

   ରୋଗ ଜାଣିବାକୁ ଯତନରେ ଦେଖ

   ରୋଗୀର ରକତ ଚାପ


   ଲକ୍ଷଣ କୁ ଦେଖି ଦିଅ ତୁମେ ଲେଖି

   ରୋଗର ଜାତକ ଟିଏ

   ଔଷଧର ମାତ୍ରା ଖାଇବା ସମୟ

   ଯେଉଁଥିରେ ଲେଖା ଥାଏ


   ସଭିଙ୍କୁ ବତାଅ ସମୟର ମୂଲ୍ୟ

   ନିଜ କଥା ଭୁଲିଯାଅ 

   ବେଳ ଅବେଳକୁ ଖାତର ନକରି

   ରୋଗୀ କଥା ବୁଝିଥାଅ


   ସାରା ଦୁନିଆରେ କେତେ ନୂଆ ରୋଗ

   ଆତଙ୍କ ରଚଇ ଆଜି

   ସ°କ୍ରମିତଙ୍କୁ ସାହା ହୁଅ ତୁମେ

   ଜୀବନ ଲଗାଇ ବାଜି


   ହେ ଡାକ୍ତର ତୁମ ଗୁଣ ବଖାଣିଲେ

   ହୋଇଯିବ ସେତ ପୋଥି

   ଅସହାୟ ପାଇଁ ଆଶାର ଆଲୋକ

   ବିପଦ ବେଳର ସାଥି    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational