STORYMIRROR

Chittaranjan Lenka

Tragedy

2  

Chittaranjan Lenka

Tragedy

ନୀରବ ଚିତ୍କାର

ନୀରବ ଚିତ୍କାର

1 min
13.6K


ସତ କହିଲେ ମୋ      ସମ୍ପର୍କ ଖସୁଛି

ମିଛ ଚିର ଶତୃ ମୋର

କେମିତି କାଟିବି       ବଳକା ଜୀବନ

ଲାଗିଲାଣି ଭାରି ଡର


କହି ପାରୁ ନାହିଁ       ରହି ପାରୁ ନାହିଁ

ଅନ୍ତର କୁହୁଳେ ମୋର

ତଥାପି ବଦଳି               ପାରୁନି ମୋ ମନ

ନୀରବେ କରେ ଚିତ୍କାର


କାହାର ଇଛାକୁ       ବଦଳାଇ ଦେବା

ସତରେ ସମ୍ଭବ ନୁହଁ

ନିଜେ ବି ବଦଳି      ପାରୁନାହିଁ ଯଦି

ସାଥି ଏକା ଆଖି ଲୁହ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy