STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

1 min
163

ନବ ଦିନାତ୍ମକ ଯାତ୍ରା ରେ 

  ପ୍ରଭୁ ଜଗତ ସାଇଁ

ମାନବୀୟ ଲୀଳା ପାଇଁ କି

 ରଥେ ଆସନ୍ତି ଧାଇଁ।


ଭାଇ ଭଗ୍ନୀ ସାଥେ ରଥରେ

 ରହି ଭକତ ମେଳେ

କେତେ ଲୀଳା ଖେଳା କରନ୍ତି

 ମନେ ଆନନ୍ଦ ଖେଳେ।


ଗୁଣ୍ଡିଚା ରାଣୀ ଙ୍କ କଥାକୁ 

  ପ୍ରଭୁ ଭାଙ୍ଗି ନ ପାରି

ରତ୍ନ ସିଂହାସନ ତେଜିଣ

 ଆସି ଥାନ୍ତି ବାହାରି।


ଆଡ଼ପ ମଣ୍ଡପେ ଦର୍ଶନ 

  ଦେଇ ଭକତ ଜନେ

ସୁନାବେଶଲାଗି ହୁଅନ୍ତି

 ଭକ୍ତ ନୟନ କିଣେ।


ନୀଳାଦ୍ରି ବିଜୟ ପାଇଁ କି

 ପ୍ରଭୁ ସଜହେଲେଣି 

ପ୍ରାଣ ପ୍ରିୟା ଲକ୍ଷ୍ମୀ ପାଇଁ କି 

 ମନ ଝୁରି ହେଲାଣି।


ପ୍ରାଣ ପ୍ରିୟା ମାନ ଭାଙ୍ଗିବା

  ପାଇଁ ଜଗତ ନାଥ

ରସଗୋଲା ନେଇ ଆସନ୍ତି

 ପ୍ରାଣ ପ୍ରିୟା ପାଇଁ ତ।


ଧନ୍ୟ ତୁମେ ଜଗନ୍ନାଥ ହେ

 ଧନ୍ୟ ଲୀଳା ତୁମର

ନୀଳାଦ୍ରି ବିଜୟ କରି ହେ

 ଫେଡ଼ ଦୁଃଖ ଆମର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational