STORYMIRROR

Kulamani Sarangi

Classics

4  

Kulamani Sarangi

Classics

ନୀଳାଚଳ ବାସୀ

ନୀଳାଚଳ ବାସୀ

1 min
387


ନୀଳାଚଳ ବାସୀ ଶ୍ରୀଜଗନ୍ନାଥ,

ଜଗତ ଠାକୁର ଅନାଥ ନାଥ,

ଉଡାଇ ଆରତ ତାରଣ ନେତ,

ବୋଲାଉଛ ପରା ଜଗତ ନାଥ ହେ,

ଶୁଣ ମୋ ଗୁହାରି,

ଯାତନା ନ'ଦିଅ ଆଉ ଶ୍ରୀହରି ହେ ।୧।


ଲୋଡା ନାହିଁ ଧନ, ଜନ, ସମ୍ପତ୍ତି,

ଚାହୁଁନାହିଁ ମଥାରେ ରାଜ ଛତି,

ସୁଖ ନାହିଁ ଲୋଡ଼ା ଦୁଃଖ ସଂସାରେ,

ଯନ୍ତ୍ରଣା ନପାଇ ରୋଗ ଶେଯରେ ହେ,

ଚାଲିଯାଉ ଜୀବ,

ଏତିକି ସୁଦୟା କର ମାଧବ ହେ ।୨।


ସେବା କଲେ ବୋଲି ଶେଷ ଜୀବନେ,

ଦୟା ନ ଦେଖିବି କାହା ନୟନେ,

ଅକସ୍ମାତ ଚାଲି ଯାଉ ଜୀବନ,

ବୋଲନ୍ତୁ ଜଗତେ କି ଭାଗ୍ୟବାନ ହେ,

ଯାତନା ନଦେଇ,

ପାଶେ ଘେନି ଯାଅ ଜଗତ ସାଇଁ ହେ ।୩।


ସତେ କି ଏ ଭାଗ୍ୟ ହେବ ମୋହର,

ଚାରିପାଶେ ବେଢ଼ି ମୋ ପରିବାର,

ଚାହିଁ ବସିଥିବେ, ଶୂନ୍ୟେ ମୁଁ ରହି,

ବିଦାୟ ଘେନିବି ସଭିଙ୍କୁ ଚାହିଁ ହେ,

ତୁମ୍ଭ ଦେହେ ଲୀନ,

ହୋଇଯିଵି ଶେଷରେ ରାଧିକା ଧନ ହେ ।୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics